ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ବିଜ୍ଞାନ ସାହିତ୍ୟ ପରିଷଦର ଅଷ୍ଟମ କାର୍ଯ୍ୟକାରିଣୀ ବୈଠକ ସଭାପତି ଡ. ଅଭିମନ୍ୟୁ ମିଶ୍ରଙ୍କ ସଭାପତିତ୍ୱରେ ସିଭିଲ କୋର୍ଟ ପଛ ପାଖ ଅଳକା ନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ରାଜେନ୍ଦ୍ର କୁମାର ଶର୍ମା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ପ୍ରତ୍ୟେକ ମାସର ଶେଷ ରବିବାରରେ ଏହି ବୈଠକ ରଖିବା ପାଇଁ, ଆଗାମୀ ଦିନରେ ହାଇସ୍କୁଲ ଓ ଯୁକ୍ତଦୁଇ କଲେଜରେ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମରେ ବିଭିନ୍ନ ପରୀକ୍ଷଣ ମାଧ୍ୟମରେ ଆଗେଇ ନେବା, କଲେଜ ସ୍ତରରେ ଯୁବ ପ୍ରତିଭାମାନଙ୍କୁ ପରିଷଦର ସଭ୍ୟ କରିବା ପାଇଁ ଆଦି ପ୍ରସ୍ତାବ ଗୁଡିକ ଗୃହୀତ ହୋଇଥିଲା । ଏହି ଅବସରରେ ପରିଷଦ ଦ୍ୱାରା ପ୍ରକାଶିତ ‘ବିଜ୍ଞାନ ମଧୁପ’ର ଜୁଲାଇ ଅଗଷ୍ଟ ମାସର ପୁସ୍ତକ ଉନ୍ମୋଚିତ ହୋଇଥିଲା । ଉକ୍ତ ସଭାରେ ପ୍ରଫେସର ତରୁଣ କୁମାର ମିଶ୍ର, ସନାତନ ଠାକୁର, ଜତିନ୍ଦ୍ର ମୋହନ ପାଠୀ, ଚିତ୍ତ ରଂଜନ ପଟେଲ ଏବଂ ନୂତନ ସଭ୍ୟ ରାଜ କିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ । ସଭା ଶେଷରେ ପ୍ରଫେସର ତରୁଣ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post