ମାଲକାନଗିରିରେ ନୂତନ ଡିଆଇପିଆରଓଙ୍କ ଦାୟିତ୍ୱ ଗ୍ରହଣ

ମାଲକାନଗିରି : ଦୀର୍ଘ ବର୍ଷ ଧରି ମାଲକାନଗିରି ଜିଲ୍ଲାରେ ସ୍ଥାୟୀ ଡିଆଇପିଆରଓ ପଦବୀ ଖାଲି ପଡିଥିବା ବେଳେ ନୂତନ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ପ୍ରମିଳା ଲଷ୍ମୀ ମାଝୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଦକ୍ଷତା ବିକାଶ ଓ ଗ୍ରାମାଞ୍ଚଳ ଉନ୍ନୟନ ବିଭାଗରୁ ପ୍ରମିଳା ମାଝୀ ବଦଳି ହୋଇ ଆସିଛନ୍ତି । ସେ ୨୦୧୬ ମସିହାରେ ବ୍ରହ୍ମପୁରଠାରେ ଏସ୍‌ଡିପିଆରଓ ଭାବେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୧୮ ମସିହାରେ ଭୁବନେଶ୍ଵର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ସୂଚନା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ ।ଜିଲ୍ଲାବାସୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ ମିଳିଲେ ଜିଲ୍ଲାରେ ପ୍ରଗତୀ ଘଟିବା ସହ ଜିଲ୍ଲା ସବୁ କ୍ଷେତ୍ରରେ ଆଗୁଆ ହୋଇ ରହିବ ବୋଲି ସେ କହିଛନ୍ତି । ଏହି ଦାୟିତ୍ଵରେ ଥିବା ଭରପ୍ରାପ୍ତ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟଙ୍କ ଗୁଣପୁର ଅତିରିକ୍ତ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ବଦଳି ହୋଇଛି । ଦାୟିତ୍ୱ ନେବା ପରେ ଜିଲ୍ଲା ପ୍ରଶାସନ ଏବଂ ଗଣମାଧ୍ୟମ ସହ ଉତ୍ତମ ସମନ୍ଵୟ ରଖି କାମ କରିବେ ବୋଲି ସେ ପ୍ରକାଶ କରିଛନ୍ତି । ଆଗାମୀ ନୂଆ ଦିନରେ ଲୋକ ପର୍ବ ମାଲ୍ୟବନ୍ତ ମହୋତ୍ସବ ହେବାକୁ ଯାଉଛି । ଏଥିରେ ଜିଲ୍ଲାବାସୀଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.