csstore

ପଖନମୁଣ୍ଡା ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ବୈଠକ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟର ଅଧିନସ୍ଥ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ପରିଚାଳନା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାିଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଂଚି ନାରାୟଣ ଦାଶଙ୍କ ଆବାହକତ୍ୱରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୈବଲ୍ୟ ମାଝୀ, ଶିକ୍ଷକ ମନୋଜ କୁମାର ତାଣ୍ଡି, ଅଲେଖ ବନଗୋଲା, ବିଶେଶ୍ୱର ମୁଦୁଲି, ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର କମ୍ୟୁନିଟି ମୋବିଲାଇଜର ବିଜୁଦାସ ମହାନନ୍ଦ, ସାଧନକର୍ମୀ ନରେଶ ତାଣ୍ଡି, ବିଦ୍ୟାଳୟର ଭୂତପୂର୍ବ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ, ସଭ୍ୟା ଉପସ୍ଥିତ ଥିଲେ । ସର୍ବ ପ୍ରଥମେ ଶ୍ରୀ ଦାଶ ମୋ ସ୍କୁଲ ଅଭିଯାନର ଆଭିମୁଖ୍ୟ କହିଥିଲେ ।ଉପସ୍ଥିତ ସମସ୍ତେ ସମସ୍ତ ବିଷୟ ବୁଝିବା ପରେ ଏକ କମିଟି ଗଠନ କରାଯାଇଥିଲା । କ୍ଷୀରୋଜ କୁମାର ମାଝୀଙ୍କୁ ସର୍ବସମ୍ମତି କ୍ରମେ ଆଲୁମନି ସଭାପତି ଭାବେ ମନୋନୟନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଆଲୁମନି ମାନଙ୍କ ଠାରୁ ଆର୍ଥିକ ସହଯୋଗ ଆଣି ମିଳିତ ଖାତାରେ ଜମା କରିବାକୁ ନିଷ୍ପତ୍ତି ନିଆଗଲା । ତା’ପରେ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର କାର୍ଯ୍ୟକଳାପ ଉପରେ ଆଲୋଚନା କରାଯାଇଥିଲା । ଫାଉଣ୍ଡେସନ ଦ୍ୱାରା ଆସିଥିବା ଶିକ୍ଷଣ ସାମଗ୍ରୀକୁ ବ୍ୟବହାର କରି ଶିକ୍ଷାଦାନ ଦେବାକୁ ଶିକ୍ଷାମିତ୍ରମାନଙ୍କୁ କୁହାଗଲା । ଛାତ୍ରଛାତ୍ରୀ ମାନେ କିପରି ବିଦ୍ୟାଳୟକୁ ନିୟମିତ ଆସିବେ ସେଥିପ୍ରତି ଧ୍ୟାନ ଦେବାକୁ ଶ୍ରୀ ଦାଶ ଅଭିଭାବକ ମାନଙ୍କୁ ଅନୁରୋଧ କରିଥିଲେ ।

jayashree
Leave A Reply

Your email address will not be published.