jayashree

ବଲାଙ୍ଗିର ଦିନ୍‌ ଉତ୍ସବରେ ଦୁଲୁକିଲା କଳାମଣ୍ଡଳ ପଡିଆ

  • ଏକତା ଓ ପ୍ରତିବଦ୍ଧତାର ପାଳନ ନିରନ୍ତର ହେଉ : ଅତିଥିଗଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଭେମ୍ବର ୧ ତାରିଖକୁ ବଲାଙ୍ଗିର ଦିନ୍‌ କମିଟି ମହାସାମରୋହରେ ପାଳନ କରିଛି । ସ୍ଥାନୀୟ କଳାମଣ୍ଡଳ ପଡିଆରେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା, ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ପଦ୍ମଶ୍ରୀ କୈଳାସ ମେହେର ଓ ଗୁରୁଶ୍ରୀ ଘାସିରାମ ମିଶ୍ର ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ବଲାଙ୍ଗିରବାସୀ ଏକତା ତଥା ଅଂଚଳର ବିକାଶ ପାଇଁ ପ୍ରତିବଦ୍ଧତାର ଉତ୍ସବ ନିରନ୍ତର ପାଳନ କଲେ ବଲାଙ୍ଗିରର ସର୍ବାଙ୍ଗୀନ ବିକାଶ ସହଳ ଓ ସହଜ ହୋଇ ପାରିବ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ବଲାଙ୍ଗିର ଦିନ୍‌ ଅୟୋଜକ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନୀ ସାହୁ, ଲୋକସଭା ସାଂସଦ ସଙ୍ଗୀତା ସିଂଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦେଇ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକତାର ମନ୍ତ୍ର ଦେଇଥିଲେ । ଗଣମାଧ୍ୟମ ପ୍ରତିନୀଧି ଅଖିଳ ଚନ୍ଦ୍ର ହୋତା ମୁଖ୍ୟବକ୍ତା ରୂପେ ଯୋଗଦେଇ ଅଂଚଳର ଅସ୍ମିତାର ପୁନରୁଦ୍ଧାର ପାଇଁ ଉଦ୍ୟମ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିକ୍ରମାନନ୍ଦ ବହିଦାର, ଦିନେଶ ଶର୍ମା, ସରିତା ଦାଶ, ସଙ୍ଗୀତା ଦାଶ, ପ୍ରତାପ ରଥ, ଲୋଟସ ଷଢଙ୍ଗୀ, ବିଧୁ ଭୂଷଣ ତ୍ରିପାଠୀ ଓ ଗୋପାଳ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଉତ୍ସବ ଅଭିମୁଖେ ତିନି ଦିନ ଧରି ଚାଲିଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବା ସହ ଭିନ୍ନକ୍ଷମ ପ୍ରତିଭା ନବମ ଶ୍ରେଣୀ ଛାତ୍ରୀ ପାୟଲ ନାଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସହସ୍ରାଧିକ ଦର୍ଶକ ଲୋକନୃତ୍ୟ ତଥା ଲୋକ ସଙ୍ଗୀତ ଉପଭୋଗ କରିଥିଲେ । ପୂର୍ବାହ୍ନ ୧୧ଟାରେ କଳାମଣ୍ଡଳ ପଡିଆରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ବିଶେଷତଃ କଳଙ୍ଗା ନୃତ୍ୟ ସହ ଘଣ୍ଟ ଓ ଦୁଲଦୁଲିର ସମାଗମ ଦେଖିବାକୁ ମିଳିଥିବା ବେଳେ ସାଂସଦ ସଙ୍ଗୀତା ଓ ପୌରାଧ୍ୟକ୍ଷା ଲିକା ସହୁ ଯୋଗଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ କମିଟି ସଦସ୍ୟ ଅଙ୍କୁଶ ପାଣ୍ଡିଆ, ସୋମନାଥ ମିଶ୍ର, ନୂତନ ଦାଶ, ଜୟକୃଷ୍ଣ ମିଶ୍ର, ସନ୍ତୋଷ ସାହୁ, ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଶତପଥି, ବିନୋଦ କାଲସାଏ, ଅଭିଷେକ ଦାଶ, ସଞ୍ଜିବ ସାହୁ ଓ ଅର୍ଜୁନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.