centurian jitm

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ‘କ୍ୟାରିୟର ଟକ୍’ ଆଲୋଚନା

nschool

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ନବମ, ଦଶମ,ଏକାଦଶ ଓ ଦ୍ବାଦଶ ଶ୍ରେଣୀର ବାଣିଜ୍ୟ ଷ୍ଟ୍ରିମର ଛାତ୍ରମାନଙ୍କ ପାଇଁ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟର କ୍ଷେତ୍ର ଉପରେ କ୍ୟାରିୟର ଟକ୍‌ର ଏକ ଆଲୋଚନା ଅଧିବେଶନ ଆୟୋଜିତ ହୋଇଯାଇଛି । ଆଇସିଏଆଇ ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ରଂଜନ କୁମାର ପୃଷ୍ଟି, ସିଏ ନାରାୟଣ ଚୌଧୁରୀ, ସିଏ ପ୍ରଦୀପ ସାହୋ, ଉପାଧ୍ୟକ୍ଷ, ଆଇସିଏଆଇ ଭୁବନେଶ୍ୱର ଶାଖା, ବିଭିନ୍ନ ଦିଗ ଉପରେ ସେମାନଙ୍କର ମତ ରଖିଥିଲେ । ଏଥିରେ ଷ୍ଟାଚ୍ୟୁଟୋରୀ, ରାଜସ୍ୱ, ପ୍ରୋଜେକ୍ଟ, ଟ୍ୟାକ୍ସ ଅଡିଟ୍, ଜିଏସଟି, ବ୍ୟାଙ୍କିଙ୍ଗ୍, ଫାଇନାନ୍ସ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭଲ ନିଯୁକ୍ତି ସୁଯୋଗ ରହିଥିବା କହିଥିଲେ । ଛାତ୍ରମାନଙ୍କୁ ସମ୍ବୋଧିତ କରିବା ବେଳେ ସିଏ ରଂଜନ କୁମାର ପୃଷ୍ଟି କହିଛନ୍ତି, “ଭବିଷ୍ୟତରେ କ୍ୟାରିଅର୍ ଭାବରେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ କରିବାକୁ ଚାହୁଁଥିବା ଛାତ୍ରମାନଙ୍କ ପାଇଁ ସାଇ ଇଣ୍ଟରନ୍ୟାସନାଲ ଏକ ଉତ୍ତମ ପ୍ଲାଟଫର୍ମ । ସିଏ ଡକ୍ଟର ବିଜୟା କୁମାର ସାହୋ କହିଥିଲେ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ବିସ୍ତାର କରିବା ପାଇଁ ଏକ ଉତ୍ତମ ଶିକ୍ଷାନୁଷ୍ଠାନ ହେଉଛି ସାଇ । ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ର ଛାତ୍ରୀମାନଙ୍କ ପାଇଁ ଆୟୋଜିତ ଏକ ଅତ୍ୟନ୍ତ ପ୍ରେରଣାଦାୟକ ତଥା ଉତ୍ସାହଜନକ ଅଧିବେଶନ ପାଇଁ ନିର୍ଦ୍ଦେଶକ ଏକାଡେମିକ୍ସ ଏବଂ ସିନିୟର ପ୍ରିନ୍ସିପାଲ୍, ସାଇ ଆନ୍ତର୍ଜାତୀୟ ସମ୍ମାନଜନକ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାଉନସେଲିଂ ଅଧିବେଶନ ବାସ୍ତବରେ ସିଏ ଛାତ୍ରଛାତ୍ରୀ ମାନଙ୍କ କ୍ୟାରିୟର ନିର୍ମାଣ ଏବଂ ଆର୍ଥିକ ସାକ୍ଷରତା ଦିଗରେ ଅବଦାନ ପାଇଁ ଏକ ଉତ୍ତମ ସୁଯୋଗ ଥିଲା ବୋଲି ଅତିଥିମାନେ କହିଥିଲେ ।

Leave A Reply

Your email address will not be published.