lika

ଓଏସ୍‌ଏପି ଅଷ୍ଟମ ବାଟାଲିୟନ ଛତ୍ରପୁର ଦଳକୁ ରାଜ୍ୟସ୍ତରୀୟ ପୁରସ୍କାର

gbag

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ନିକଟରେ ଅବସ୍ଥିତ ଓଏସ୍‌ଏପି ଅଷ୍ଟମ ବାଟାଲିୟନ ଛତ୍ରପୁର ଓଡିଆର୍‌ଏଫ୍‌ ଦଳକୁ ଭୁବନଶ୍ୱର ସ୍ଥିତ ରବୀନ୍ଦ୍ର କଲ୍ୟାଣ ମଣ୍ଡପ ରାଜ୍ୟସ୍ତରୀୟ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅଗ୍ନିଶମ ବିଭାଗ ପୋଲିସ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ, ଆଇନ ଶୃଙ୍ଖଳା ଅତିରିକ୍ତ ମହାନିର୍ଦ୍ଦେଶକ ଆର. କେ ଶର୍ମା ପ୍ରମୁଖ ଉପସ୍ଥିତ ଥିଲ । ସୁବେଦାର ବ୍ରହ୍ମାନନ୍ଦ ମଲ୍ଲିକ, ଏସ୍‌ଆଇ ପ୍ରସନ୍ନ କୁମାର ସୁବୁଦ୍ଧି, ଏଏସ୍‌ଆଇ କେ ଗଙ୍ଗାଧର ପ୍ରଧାନ, ହାବିଲଦାର ବିସିକେଶନ ନାୟକ, ହାବିଲଦାର ରବି ନାୟକ, ସଭାପତି ଅଜିତ କୁମାର ରଥଙ୍କ ସହ ଓଡ୍ରାଫ ଟିମ୍‌ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ । ପୁରସ୍କାର ଗ୍ରହଣ କରିବାପରେ ଓଏସଏପି ଅଷ୍ଟମ ବାଟାଲିଆନ ଦୁର୍ଗାପତି ସୂର୍ଯ୍ୟ ନାରୟଣ ମଲ୍ଲିକ, ସହ ଦୁର୍ଗପତି ପ୍ରଫୁଲ୍ଲ କୁମାର ସିଂ ସହ ସମସ୍ତେ ଅଫିସରମାନେ ସ୍ୱାଗତ ଜଣାଇଥିଲେ ଓ ସିପାହୀମାନେ ବାଜା, ବାଣ ଫୁଟାଇ ପାଛୋଟି ନେଇଥିଲେ । ସୂଚାନ ଯୋଗ୍ୟ ଯେ, ବନ୍ୟା, ବାତ୍ୟା, ବିପର୍ଯ୍ୟୟ ସମୟରେ ନିଜ ଜୀବନ ବାଜିଲାଗାଇ ବହୁ ଧନଜୀବନ ରକ୍ଷା କରିବାର ଚଳନ୍ତି ଉଦାହରଣ ଓଏସ୍‌ଏପି ଅଷ୍ଟମ ବାଟାଲିଅନ ସ୍ୱତନ୍ତ୍ର ସ୍ଥାନ ରହିଥିବାର ପରିଲକ୍ଷିତ ହେଉଛି ।

babaa
Leave A Reply

Your email address will not be published.