ବାଲେଶ୍ୱରରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ

ବାଲେଶ୍ୱର : ୧୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାର ଫୁଲାଡି ଛକରୁ ୧୦ କିଲୋଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି । ଏହି ମାମଲାରେ ମୋଟ୍ ୬ ଜଣ ଗିରଫ ହୋଇଛନ୍ତି । ଏହି ଧଳା ଜହର କାରବାରର କିଙ୍ଗପିନ୍ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି । ପୋଲିସ ଅତର୍କିତ ରେଡ୍ କରି ନଗଦ ୨୦ ହଜାର ଟଙ୍କା ସହ ଦୁଇଟି ମୋଟର ସାଇକେଲ ଏବଂ ପାଞ୍ଚଟି ମୋବାଇଲ ଜବତ କରିଛି । ଆଇଜି ହିମାଂଶ ଲାଲ କହିଛନ୍ତି, ବାଲେଶ୍ୱର ଏସ୍‌ପିଙ୍କ ନେତୃତ୍ୱରେ ଏହି ରେଡ୍ ହୋଇଥିଲା । ବାଲେଶ୍ୱର ପୋଲିସ ୧୦ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରିଛି । ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଧଳା ଜହର କାରବାର ସମ୍ପର୍କରେ ଏସ୍‌ପି ଅକ୍ଟୋବର ୨୭ରେ ସୂଚନା ପାଇଥିଲେ । ଏହାପରେ ଏକ ଡ୍ରଗ୍ସ ବେପାରୀଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଥିଲା । ଅଭିଯୁକ୍ତମାନଙ୍କ ମଧ୍ୟରେ ଆୟୁବ ମଧ୍ୟପ୍ରଦେଶର କିଙ୍ଗପିନ୍ । ପୂର୍ବରୁ ଓଡିଶା ପୋଲିସ ଦ୍ୱାରା ଜବତ ହୋଇଥିବା ବ୍ରାଉନସୁଗାର ତୁଳନାରେ ଏହା ସର୍ବାଧିକ । ଏହି ଅବସରରେ ବାଲେଶ୍ୱର ଏସ୍‌ପିଙ୍କ ଟିମ୍‌ଙ୍କୁ ପ୍ରଶଂସା କରି ଆଇଜି ହିମାଂଶୁ ଲାଲ କହିଛନ୍ତି ଯେ, ସମଗ୍ର ଟିମ୍ ପ୍ରଶଂସନୀୟ କାମ କରିଛନ୍ତି । ଲକ୍ଷ ଲକ୍ଷ ଲୋକ ଡ୍ରଗ୍ସ ପାଇଁ ନିଜେ ବିପଦରେ ରହିବା ସହିତ ପରିବାର ବର୍ଗଙ୍କୁ ବିପଦରେ ରଖିଛନ୍ତି । ବ୍ରାଉନସୁଗାରକୁ ଯଥା ସମ୍ଭବ ଜବତ କରିବାକୁ ପ୍ରୟାସ କରୁଛୁ । ଗିରଫ ହୋଇଥିବା ବ୍ରାଉନସୁଗାର ବେପାରୀଙ୍କୁ ଜେରା କଲେ ଅନେକ ତଥ୍ୟ ମିଳିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.