ପିଲାଙ୍କ ପାଖରେ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ବ୍ଲକ ଅନ୍ତର୍ଗତ ଗୁଡଭେଲା ଗ୍ରାମ ସ୍ଥିତ ନୋଡାଲ ହାଇସ୍କୁଲ ସମରାରେ ପିଲାଙ୍କ ପାଖରେ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୁଲାପ ମଞ୍ଜରି କାଲୋ ଅଧ୍ୟକ୍ଷତା କରିଥିବା ବେଳେ ଶିବଶଙ୍କର ଭଣ୍ଡା, ମହେଶ୍ଵର ବାଗ, ପ୍ରଭାତି ବେହେରା ସହଯୋଗ କରିଥିଲେ । ଶେଷରେ ପାଠାଗାରର ଆୟୋଜକ ବୃନ୍ଦାବନ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.