csstore

ଗଞ୍ଜାମ ଏନଏସି କାଉନସିଲ୍‌ର ତୃତୀୟ ବୈଠକ ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ କନଫରେନ୍ସ ହଲ୍‌ ଠାରେ କାଉନସିଲ୍‌ର ତୃତୀୟ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଅଧ୍ୟକ୍ଷତା କରିଥିଲେ । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଉପଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକି, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା ପୂର୍ବ ବୈଠକର ବିବରଣୀ ପାଠ କରିଥିବା ବେଳେ ଆକାଉଣ୍ଟାଣ୍ଟ ଦୀପ୍ତିରାଜ ପୃଷ୍ଟି ୨୦୨୨/୨୩ ବଜେଟ ଆୟବ୍ୟୟର ସୂଚନା ଦେଇଥିଲେ । ସହରରେ ଚାଲିଥିବା ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ଯୋଗୁଁ ବିଧାୟକ ଶ୍ରୀ ବେହେରା ଦୁଃଖପ୍ରକାଶ କରିଥିଲେ । ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ । ଏଥିସହ ରାସନ କାର୍ଡ ଗରିବ ଲୋକଙ୍କ ପାଖରେ ପହଂଚିବ, ପୋଖରୀର ପୁନଃ ଉଦ୍ଧାର, ଷ୍ଟ୍ରିଟ ଲାଇଟ, ମୁକ୍ତା ଯୋଜନାରେ ବୃକ୍ଷ ରୋପଣ ଓ ତାର ରକ୍ଷଣାବେକ୍ଷଣ ପରିମଳ ଆଦି ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ସହରର ରାସ୍ତା ଘାଟ ଓ ଡ୍ରେନେଜ ବ୍ୟବସ୍ଥା ଠିକ ନ ଥିବାରୁ ବର୍ଷା ଦିନ ହେଲେ ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଥିବା କାଉନସିଲରମାନେ ବିଧାୟକ ଶ୍ରୀ ବେହେରାଙ୍କ ପାଖରେ ଅଭିଯୋଗ କରିଥିଲେ । ସାନ ବଜାର ଠାରେ ସେଲଫି ପଏଣ୍ଟ, ଭେଣ୍ଡିଙ୍ଗ ଜୋନ, ମାଛ ମାର୍କେଟ କମ୍ପ୍ଲେକ୍ସ କାମ ଶୀଘ୍ର ସାରିବାକୁ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସହରର ପରିମଳ ନିମ୍ନ ମାନର ସଫେଇ କାର୍ଯ୍ୟ ହେଉଥିବାରୁ ସୁମିତ ବେହେରାଙ୍କୁ ତାଗିତ କରିଥିଲେ । ପୋଖରୀ ଗୁଡିକର ପୁନଃ ଉଦ୍ଧାର କାର୍ଯ୍ୟ ଓ କଲ୍ୟାଣ ମଣ୍ଡପ କାର୍ଯ୍ୟ କେଉଁଠାରେ ହେଉଛି କତେ ଦୂର କାର୍ଯ୍ୟ ଗଲାଣି ଅଫିସରମାନେ କିଛି ଜଣାଉ ନଥିବାରୁ ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ । ଯେଉଁ ଠିକାଦାର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ବିଫଳ ହେଉଛନ୍ତି ଉକ୍ତ ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରିବାକୁ ଆଲୋଚନା ହୋଇଥିଲା । ବର୍ତ୍ତମାନ ସୁଦ୍ଧା କୌଣସି ଟେଣ୍ଡର କାର୍ଯ୍ୟରେ କାଉନସିଲରମାନଙ୍କୁ ଅବଗତ କରାଯାଉ ନଥିବା ଅଭିଯୋଗ ହୋଇଥିଲା । ଏହି ବୈଠକରେ ଏନଏସି ଜୁନିଅର ଆସିଷ୍ଟାଣ୍ଟ କମଳକାନ୍ତ ଦାସ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଦିଲେଶ୍ଵର ଆଚାର୍ଯ୍ୟ, ଯୋଗାଣ ନିରୀକ୍ଷକ ସନ୍ତୋଷ ଦାସ, ମହିଳା କନିଷ୍ଠ ଯନ୍ତ୍ରୀ ବିଷ୍ଣୁ ପ୍ରିୟା ସାବତ, ମହିଳା ସ୍ୱଚ୍ଛ ସାଥୀ ଆଜିତା ମହାରଣା, ଗୋଷ୍ଠୀ ସଙ୍ଗଠିକା ସ୍ୱପ୍ନା ରାଣୀ ମହାପାତ୍ରଙ୍କ ସମେତ କାଉନସିଲରମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.