ରୟାଲ ଚାଲେଞ୍ଜ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବନ୍ଧମୁଣ୍ଡା ରୟାଲ କ୍ଲବ ତରଫରୁ ସେକ୍ଟର ସି ୧୦ ନମ୍ବର ପଡିଆଠାରେ ରୟାଲ ଚାଲେଞ୍ଜ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ମୁଖ୍ୟ ଅତିଥି, ଆଇ ରାଜା, ଯୁବନେତା ରଞ୍ଜନ ନାୟକ ଓ ନାଗେଶ୍ଵର ଜଗଦଲା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କ୍ଲବ ତରଫରୁ କ୍ରିଷ୍ଣା ପ୍ରସାଦ ରେଡ୍ଡୀ ଓ ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟକୁ ସୁନ୍ଦର ଭାବରେ ଆୟୋଜନ କରିଥିବାରୁ ଅତିଥିମାନେ ପ୍ରଶଂସା କରିଥିଲେ । ବନ୍ଧମୁଣ୍ଡା ତଥା ଆଖପାଖ ଅଂଚଳରୁ ଶତାଧିକ ଲୋକ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.

error: Content is protected !!