csstore

ପଖନମୁଣ୍ଡା ବିଦ୍ୟାଳୟରେ ଦୀପାବଳୀ ଉତ୍ସବ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟର ଅଧିନସ୍ଥ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀପାବଳୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୈବଲ୍ୟ ମାଝୀଙ୍କ ସଭାପତିତ୍ୱରେ ଅତିଥି ଭାବରେ କମେଇମୁଣ୍ଡା ପଂଚାୟତର ନାଏବ ସରପଞ୍ଚ ସତ୍ୟ ନାରାୟଣ ମାଝୀ, ମାନ୍ଦଲା କ୍ଳଷ୍ଟରର ସଂଯୋଜକ ଧନସିଂ ମାଝୀ, ପିତାମ୍ବର ସାହୁ, ଶିକ୍ଷକ ଅଲେଖ ବନଗୋଲା, ବିଶେଶ୍ୱର ମୁଦୁଲି ଯୋଗ ଦେଇଥିଲେ । ସର୍ବ ପ୍ରଥମେ ଶ୍ରୀ ଦାଶ ଦୀପାବଳୀ ପର୍ବର ମହତ୍ତ୍ଵ ଛାତ୍ରଛାତ୍ରୀମାନଙ୍କୁ ଜଣାଇଥିଲେ । ତା’ପରେ ଛାତ୍ରଛାତ୍ରୀମାନଙ୍କୁ ବେଲ୍ଟ ଓ ବେଚ ପ୍ରଦାନ କରାଯାଇଥିଲା । ଉପସ୍ଥିତ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବା ପରେ ସମସ୍ତେ ମିଶି ଦୀପ ଓ ଝିରଝିରି ଜାଳିଥିଲେ । ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଖୁସି ଅନୁଭବ କରିଥିବାରୁ କମିଟିର ସଭ୍ୟ ସଭ୍ୟା ଶିକ୍ଷକ ମାନଙ୍କୁ ପ୍ରଶଂସା କରିଥିଲେ ।

jayashree
Leave A Reply

Your email address will not be published.