csstore

କୁଟୁରାପାଲିରେ ଜଳବାୟୁ ପରିବର୍ତ୍ତନ କର୍ମଶାଳା ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦୀମୁଣ୍ଡା ପଞ୍ଚାୟତ ଅଧିନସ୍ଥ କୁଟୁରାପାଲି ଗ୍ରାମରେ ଜଳବାୟୁ ପରିବର୍ତ୍ତନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସଂକଳ୍ପ ଆନୁକୁଲ୍ୟରେ ଓ ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ଆୟୋଜିତ ଏହି କର୍ମଶାଳା ସଚେତନତା ରାଲି, ବୃକ୍ଷ ରୋପଣ ଓ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ସହକାରୀ କୃଷି ଅଧିକାରୀ ସୁଶିଲ କୁମାର୍ ସେଠୀ, ସରଗାଡ ଫରେଷ୍ଟର ସୁନିଲ କୁମାର ମିଶ୍ର, ବାଦୀମୁଣ୍ଡା ସରପଞ୍ଚ କିରଣ ସାହୁ, ଫରେଷ୍ଟ ଗାର୍ଡ ରାଜ କୁମାର୍ ଭୁଏ, ପିଏଫ୍ ଅଶୋକ କୁମାର ଭଣ୍ଡା ପ୍ରମୁଖ ଯୋଗଦେଇ ଜଳବାୟୁ ପରିବର୍ତ୍ତନର କାରଣ ଓ ନିରାକରଣ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଏକ ସଚେତନତା ରାଲି ଗ୍ରାମ ପରିକ୍ରମା କରିବା ସହିତ ମିଶନ ଶକ୍ତି ଗୃହ ନିକଟରେ ବୃକ୍ଷ ରୋପଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସଂକଳ୍ପର ଶ୍ୟାମ ସୁନ୍ଦର ମେହେର ସଂଯୋଜନା କରିଥିବା ବେଳେ ଗ୍ରାମର ୧୧ଟି ସ୍ଵୟଂ ସହାୟିକା ଦଳର ସଭ୍ୟା ସମେତ ଗ୍ରାମବାସୀ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.