jayashree

ପୁରୁଣା ପେନ୍‌ସନ ଯୋଜନା ଲାଗୁକଲେ ପଞ୍ଜାବ ସରକାର

ଚଣ୍ଡିଗଡ଼ : ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାର ପଞ୍ଜାବର ସରକାରୀ କର୍ମଚାରୀମାନଙ୍କ ପାଇଁ ଦୀପାବଳୀ ଭେଟି ସ୍ୱରୂପ ପୁରୁଣା ପେନ୍‌ସନ ଯୋଜନା ପୁନର୍ବାର କାର୍ଯ୍ୟକାରୀ କରିବାକୁ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜ୍ୟ କ୍ୟାବିନେଟରେ ନୀତିଗତ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଘୋଷଣା କରିଛନ୍ତି । ପୁରୁଣା ପେନ୍‌ସନ ଯୋଜନା ଲାଗୁ ହେଲେ ରାଜ୍ୟର ଲକ୍ଷାଧିକ କର୍ମଚାରୀ ଉପକୃତ ହେବେ । କର୍ମଚାରୀମାନଙ୍କୁ ପୁରୁଣା ପେନ୍‌ସନ ଯୋଜନାରେ ସାମିଲ ହେବା ପାଇଁ ବିକଳ୍ପ ଦିଆଯିବ । ୨୦୦୪ରୁ ବନ୍ଦ ରହିଥିବା ପୁରୁଣା ପେନ୍‌ସନ ଯୋଜନାକୁ ପୁନର୍ବାର ଲାଗୁ କରିବା ସରକାରୀ କର୍ମଚାରୀମାନଙ୍କର ବଡ଼ ଦାବୀ ରହିଥିଲା । ପଞ୍ଜାବରେ ଏଏପିି କ୍ଷମତାକୁ ଆସିଲେ ଉକ୍ତ ଯୋଜନା ପୁନର୍ବାର ଲାଗୁ ହେବ ବୋଲି ଗତବର୍ଷ ଅଗଷ୍ଟରେ ଦଳର ବରିଷ୍ଠ ନେତା ତଥା ବର୍ତ୍ତମାନର ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା ପ୍ରତିଶ୍ରୁତି ଦେଇଥିଲେ । ପଞ୍ଜାବ ସରକାରଙ୍କ ନିଷ୍ପତ୍ତିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ଆବାହକ ଅରବିନ୍ଦ କେଜ୍‌ରିୱାଲ ସ୍ୱାଗତ କରିଛନ୍ତି । ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ଦଳ କ୍ଷମତାକୁ ଆସିଲେ ପୁରୁଣା ପେନ୍‌ସନ ଯୋଜନା ଲାଗୁ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.