ଆଶ୍ମୀ ମିଶ୍ରଙ୍କୁ ଉତ୍କଳ ପ୍ରତିଭା ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଝିଅ ଆଶ୍ମୀ ମିଶ୍ର(୯) ବଲାଙ୍ଗିର ତଥା ଓଡିଶା ମାଟିକୁ ଜାତୀୟ ଅନ୍ତର୍ଜାତୀୟ କ୍ଷେତ୍ରରେ ପ୍ରତିଷ୍ଠିତ କରିପାରିଛନ୍ତି । ରାଜୀବନଗରପଡାର ଅଶ୍ୱିନୀ ମିଶ୍ର ଓ ରଞ୍ଜିତା ମିଶ୍ରଙ୍କ ଝିଅ ଆଶ୍ମୀ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଉତ୍କଳ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଛନ୍ତି । ମୁଖ୍ୟ ଅତିଥି ପୂର୍ବ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇଙ୍କ ସହ ଦିଲୀପ ଶ୍ରୀଚନ୍ଦନ, ବରିଷ୍ଠ ଆଇନଜ୍ଞ ଜ୍ଞାନରଞ୍ଜନ ମହାନ୍ତି, ଅଭିଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମ୍ମାନ ତାଙ୍କୁ ବିଭିନ୍ନ ନୃତ୍ୟ ପାରିଦର୍ଶିତା ପାଇଁ ଦିଆଯାଇଛି । ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ୨୦୨୨ରେ ମଧ୍ୟ ଆଶ୍ମୀ ସ୍ଥାନ ପାଇଛନ୍ତି । ଭବିଷ୍ୟତରେ ଆହୁରି ଅନ୍ୟ ସମ୍ମାନର ଅଧିକାରୀ ହୋଇପାରିବେ ବୋଲି ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!