ହରିଶଙ୍କରରୁ ନୃସିଂହନାଥକୁ ରୋପୱେ ନିର୍ମାଣ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ ଅଭିଯୋଗରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଶଲବାଦୀ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି । ତେବେ ଆଜି କରାଯାଉଥିବା ଆନ୍ଦୋଳନର ମୁଖ୍ୟ ଦାବୀ ହେଉଛି ହରିଶଙ୍କରରୁ ନୃସିଂହନାଥକୁ ରୋପୱେ ନିର୍ମାଣ । ଯଦି ଏହି ଦାବୀ ଆଗାମୀ ଦିନରେ ପୂରଣ ନ ହୁଏ । ତାହାଲେ ସାରା ପଶ୍ଚିମ ଓଡିଶାରେ ରାଜରାସ୍ତାରେ ନିଆଁ ଜଳିବା ସହ ଆନ୍ଦୋଳନକୁ ଆହୁରି ମଜବୁତ କରାଯିବ ବୋଲି ଆନ୍ଦୋଳନକାରୀମାନେ ରାଜ୍ୟ ସରକାରଙ୍କୁ ଚେତାବୀ ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!