jayashree

ଆଇଏନଏସ ଅରିହନ୍ତରୁ ହେଲା ବୁଡ଼ାଜାହାଜରୁ ନିକ୍ଷେପ କରାଯାଇପାରୁଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, (ପିଆଇବି) : ଆଇଏନଏସ ଅରିହନ୍ତରୁ ଅକ୍ଟୋବର ୧୪, ୨୦୨୨ରେ ବୁଡ଼ାଜାହାଜରୁ ନିକ୍ଷେପ କରାଯାଇ ପାରୁଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ର (ଏସଏଲବିଏମ)ର ସଫଳ ପରୀକ୍ଷଣ କରାଯାଇଛି । ଏକ ନିର୍ଦ୍ଧାରିତ ଦୂରତାରେ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା ଏବଂ ଏହା ଉଚ୍ଚ ସଠିକତା ସହିତ ବଙ୍ଗୋପସାଗରରେ ଥିବା ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଭେଦ କରିବାରେ ସକ୍ଷମ ହୋଇଥିଲା। ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ସମସ୍ତ ପରିଚାଳନାଗତ ଏବଂ ବୈଷୟିକ ମାପଦଣ୍ଡ ସଠିକ୍ ପ୍ରମାଣିତ ହୋଇଥିଲା ।

ଭାରତର ଆଣବିକ ପ୍ରତିରକ୍ଷା ସାମର୍ଥ୍ୟର ଏକ ପ୍ରମୁଖ ଉପାଦାନ ଭାବେ ପରିଗଣିତ ଏସଏସବିଏନର କାର୍ଯ୍ୟକ୍ରମ ପରିଚାଳନା ଦକ୍ଷତା ଏବଂ ପ୍ରାମାଣିକତା ଲାଗି ଆଇଏନଏସ ଅରିହନ୍ତ ଦ୍ବାରା ଏସଏଲବିଏମର ତାଲିମ ପ୍ରକ୍ଷେପଣ ସଫଳ ହେବା ଗୁରୁତ୍ବପୂର୍ଣ୍ଣ । ଭାରତର ‘ବିଶ୍ବସନୀୟ ସର୍ବନିମ୍ନ ପ୍ରତିରକ୍ଷା’ ନୀତିକୁ ଧ୍ୟାନରେ ରଖି ଏହା ଏକ ମଜବୁତ, ସକ୍ରିୟ ଏବଂ ସୁନିଶ୍ଚିତ ପ୍ରତିରକ୍ଷା ପ୍ରଣାଳୀ ଯେଉଁଥିରେ ଦେଶର ‘ପ୍ରଥମ ଉପଯୋଗ ନକରିବା’ ପ୍ରତିବଦ୍ଧତା ରେଖାଙ୍କିତ ହୋଇଛି ।

Leave A Reply

Your email address will not be published.