jsm

ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜନୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ କ୍ଲବ ପରିସରରେ ଗତକାଲି ସନ୍ଧ୍ୟାରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ କଲ୍ୟାଣ ସଂଘ, ପଦ୍ମପୁରର ସଭାପତି ଶିରିଶ କୁମାର ବହିଦାରଙ୍କ ଅଧ୍ୟକ୍ଷତାରେ ଆସନ୍ତା ଅକ୍ଟୋବର ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କରଣ ଜାତିର ଇଷ୍ଟ ଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜନୋତ୍ସବର ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଂପାଦକ ଅଶୋକ କୁମାର ବହିଦାର ପୂର୍ବ ବର୍ଷର ବିବରଣୀ ପଠନ କରି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏ ବର୍ଷର ପୂଜନୋତ୍ସବ ସ୍ଥାନୀୟ ରାଜାଜୀ ଟାଉନ ହଲ୍‌ରେ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ସକାଳ ୯ ଘ.ରୁ କରଣ ଜାତିର ସପରିବାରଙ୍କୁ ନେଇ ଏକ କଳସ ଶୋଭାଯାତ୍ରା ସହର ପରିକ୍ରମା କରିବ, ପୂଜାର୍ଚ୍ଚନା ସରିବା ପରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତାର ଆୟୋଜନ କରାଯିବା ସହିତ ସବୁ ଦିଗରୁ ପୂଜନୋତ୍ସବକୁ ସଫଳ କରିବା ପାଇଁ ଉପସ୍ଥିତ ସଭ୍ୟମାନଙ୍କର ଆଗତ ପ୍ରସ୍ତାବକୁ ନେଇ ରୂପରେଖ ଚୂଡ଼ାନ୍ତ କରାଯାଇଥିଲା । ଆଶିଷ ବହିଦାର, ବିକାଶ ବହିଦାର, ପ୍ରଦୀପ୍ତ ଦାସ, ରବି ନାରାୟଣ ମହାନ୍ତି, ପ୍ରଦୀପ୍ତ ପଟ୍ଟନାୟକ, ହେମନ୍ତ ପଟ୍ଟନାୟକ, ସୌମାର୍କ୍ୟ ପଟ୍ଟନାୟକ, ପ୍ରୀତେଶ ବହିଦାର, ଗଜେନ୍ଦ୍ର ମହାନ୍ତି, ଅଖିଳ ପଟ୍ଟନାୟକ, ସୋମେଶ ମହାନ୍ତି, ଇଶାନ କାନୁନଗୋ ପ୍ରମୁଖ ଉପସ୍ଥିତ ରହି ନିଜସ୍ୱ ମତ ରଖିଥିଲେ । ଶେଷରେ ସନ୍ତୋଷ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.