jsm

ଗାଇସିଲେଟରେ ମାଣ୍ଡିଆ କ୍ରୟ କମିଟି ଗଠନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବ୍ ମାଧ୍ୟମରେ ଗଠିତ ହୋଇଥିବା ବୁଢ଼ାସମ୍ବର ଡାଲି ଓ ପନିପରିବା କୃଷକ ଉତ୍ପାଦକ କମ୍ପାନୀ ତରଫରୁ ବ୍ଲକ କାର୍ଯ୍ୟାଳୟ ଠାରେ ମାଣ୍ଡିଆ କ୍ରୟ କମିଟି ଗଠନ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ସହକାରୀ କୃଷି ଅଧିକାରୀ ମଧୁସ୍ମିତା ମିଶ୍ର, ଜିଲ୍ଲା ସଂଯୋଜକ ନାରାୟଣ ପାଣିଗ୍ରାହୀ, ମିଶନ ଶକ୍ତି ତରଫରୁ ହରପ୍ରିୟା ସାହୁ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଶାଖା ପରିଚାଳକ ଅଶୋକ ଭୋଇ, ରାଜସ୍ୱ ନିରୀକ୍ଷକ ବିଶ୍ଵାମିତ୍ର ଭୁଏ, ଗାଇସିଲେଟ ସେବା ସମବାୟ ସମିତିର ସମ୍ପାଦକ ସୁଧାଂଶୁ ମଟାରି, ମିଲେଟ ମିଶନ ବ୍ଲକ ସଂଯୋଜକ ରୁଦ୍ର ସାହୁ ଏବଂ ସମସ୍ତ କର୍ମକର୍ତ୍ତା, କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ବିଜୟ ମାଝୀ ଓ ଚାଷୀମାନେ ଉପସ୍ଥିତ ଥିଲେ । ରୁଦ୍ର ସାହୁ ଏବଂ ସହକାରୀ କୃଷି ଅଧିକାରୀ ଉକ୍ତ କାର୍ଯ୍ୟକ୍ରମ ଉପରେ ବିଶଦ ଭାବରେ ଆଲୋଚନା କରି ଏକ ମାଣ୍ଡିଆ କ୍ରୟ କମିଟି ଗଠନ କରିଥିଲେ । ଶେଷରେ ଶେଷଦେବ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.