csstore

ବରକେରା ବିଦ୍ୟାଳୟରେ ଆନ୍ତର୍ଜାତୀୟ କନ୍ୟାରତ୍ନ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଆନ୍ତର୍ଜାତୀୟ କନ୍ୟାରତ୍ନ ଦିବସ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଯାଇଥିଲା । ପରେ ଏକ ସଚେତନତା ରାଲି ଗ୍ରାମ୍ୟ ପରିକ୍ରମା କରିଥିଲା । ଛାତ୍ରଛାତ୍ରୀମାନେ ଶିଶୁ ଭୃଣ ହତ୍ୟା ନକରିବା, ବାଲ୍ୟ ବିବାହ ବନ୍ଦ କରିବା, କନ୍ୟା ରତ୍ନଙ୍କର ଯତ୍ନ ଇତ୍ୟାଦି ସ୍ଲେଗାନ ଦେଇ ଗ୍ରାମ୍ୟ ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ । ପ୍ରତ୍ୟେକ ପରିବାର ନିଜ ନିଜ କନ୍ୟା ସନ୍ତାନଙ୍କ ନାମରେ ନିଜ ବାଡ଼ିରେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ବରିଷ୍ଠ ଶିକ୍ଷକ ତଥା ପରିବେଶ କର୍ମୀ ମିଟୁ କିଶୋର ପ୍ରଧାନ ଆହ୍ଵାନ ଦେଇଥିଲେ । ଉକ୍ତ ସଚେତନତା ରାଲିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ, ଶିକ୍ଷକ ମିଟୁ କିଶୋର ପ୍ରଧାନ, ବିରଞ୍ଚି ନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ, ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ କମିଟିର ସଭ୍ୟ ସଭ୍ୟାମାନେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.