oom

ଖବର ପ୍ରସାରଣ ପରେ ଏକ୍ସନ୍‌ ମୋଡରେ ବ୍ଲକ ଶିକ୍ଷା ଅଧିକାରୀ : ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସସ୍‌ପେଣ୍ଡ, ସହକାରୀ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

jsmm

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ମାଝିପଡା ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପାଠ ପଢାଇବା ସମୟରେ ଶ୍ରେଣୀ ଗୃହରେ ଶୋଇଥିବା ଏବଂ ସହକାରୀ ଶିକ୍ଷୟିତ୍ରୀ ନିଜ ମନ ମୁତାବକ ବିଦ୍ୟାଳୟ ଆସୁଥିବା ଏବଂ ବିଦ୍ୟାଳୟ ଛୁଟି ନହେବା ପୂର୍ବରୁ ଘରକୁ ଯାଉଥିବା ଖବର ପ୍ରକାଶିତ ହୋଇଥିଲା । ଖବର ପ୍ରକାଶିତ ହେବା ପରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜ କିଶୋର ନାଏକ ଏବଂ ସହକାରୀ ଶିକ୍ଷୟତ୍ରୀ ସବିତା କୁମ୍ଭାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜ କିଶୋର ନାଏକଙ୍କୁ ସସ୍‌ପେଣ୍ଡ କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ସବିତା କୁମ୍ଭାରଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିବା ସହ ତାଙ୍କ ଦରମା ବନ୍ଦ କରିଛନ୍ତି । ଏନେଇ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ପୁରୋହିତଙ୍କୁ ପଚାରିବାରୁ ଯିଏ ଦୋଷ କରିବ ସିଏ ଦଣ୍ଡ ପାଇବ, ଗାଁ ଲୋକ ଅଭିଯୋଗ କଲେ ଏବଂ ଯାହା ଖବର କାଗଜରେ ପ୍ରକାଶିତ ହୋଇଛି ତାହା ସତ୍ୟ ତେଣୁ ସେହି ଆଧାରରେ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଥିଲେ ।

jittmm
Leave A Reply

Your email address will not be published.