ନାବାଳିକା ଝିଅକୁ ଅପହରଣ ଅଭିଯୋଗରେ ଯୁବକ ଗିରଫ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ୧୬ ବର୍ଷିଆ ନାବାଳିକା ଝିଅକୁ ଅପହରଣ କରିଥିବା ଅଭିଯୋଗରେ ବଡବାଙ୍କି ଗାଁର ଜଗମୋହନ କାଣ୍ଡଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ଚାଲାଣ କରିଛି ତୁରେକେଲା ପୋଲିସ । ତେବେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ପୋଲିସ ଦେଇଥିବା ସୂଚନା ଅନୁସାରେ ତୁରେକେଲା ଥାନା ଅଞ୍ଚଳର ୧୬ ବର୍ଷିଆ ନାବାଳିକା ଝିଅକୁ ବଡବାଙ୍କି ଗାଁର ଜଗମୋହନ ଓ ତାର କିଛି ସାଥୀ ଏକ ମୋଟର ସାଇକେଲରେ ଅପହରଣ କରିଥିଲେ । ଏ ନେଇ ତୁରେକେଲା ଥାନାରେ ନାବାଳିକାଙ୍କ ବାପା ଏତଲା ଦେଲା ପରେ ପୋଲିସ କେସ ନମ୍ବର ୧୮୦/୨୨ ଆଇପିସ ଧାରା ୩୬୩/୩୪ରେ ମାମଲା ରୁଜୁ କରି ଖୋଦ ଥାନା ଅଧିକାରୀ ଧର୍ମେଦ୍ର ଶାନ୍ତି ତଦନ୍ତ କରି ନାବାଳିକା ଝିଅକୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଥିଲେ । ନାବାଳିକା ଝିଅକୁ କୋମନା ପାଖ ଏକ ଗାଁରୁ ଉଦ୍ଧାର କରି ପ୍ରଥମେ ସ୍ଵାସ୍ଥ ପରୀକ୍ଷା କରାଯାଇଥିଲା । ନାବାଳିକା ଝିଅକୁ କଣ୍ଟାବାଞ୍ଜି ମାଜିଷ୍ଟ୍ରେଟରେ ହାଜର କରି ତାର ବୟାନ ରେକର୍ଡ କରଯାଇଥିଲା । ବୟାନ ଆଧାରରେ ଅପରାଧରେ ସାମିଲ ଥିବା ବଡବାଙ୍କି ଗ୍ରାମର ଜଗମୋହନ କାଣ୍ଡଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.