csstore

ମା’ ଦ୍ଵାରସେନୀଙ୍କର ଛତର ଯାତ୍ରା ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସୁର୍ଡା ଗାଁରେ ମା’ ଦ୍ଵାରସେନୀଙ୍କର ଛତର ଯାତ୍ରା ତଥା ଡେଙ୍ଗସର୍ଗି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୁର୍ଡା ଠାରୁ କାନର୍ଲ ପର୍ଯ୍ୟନ୍ତ ମା’ଙ୍କର ଡେଙ୍ଗସର୍ଗି ତଥା ଛତର ଯାତ୍ରା ମହାସମାରୋହରେ ପାଳିତ ହେଇଯାଇଛି । ମା’ ଦ୍ଵାରସେନୀ ବର ବେଶରେ ସୁର୍ଡା ଠାରୁ କାନର୍ଲା ଯାଇ ଦୈବିକ ରୀତିନୀତି ଅନୁସାରେ କନର୍ଲାର ଝିଅକୁ ବିବାହ କରି ସୁର୍ଡା ଫେରିଥିଲେ । ଏହି ଯାତ୍ରାରେ ମା’ଙ୍କ ମୁଖ୍ୟ ପୂଜକ ଭାବେ ଦୁଳମଣୀ ମାଝି, କୀର୍ତ୍ତନ ଛତ୍ରିଆ, ଆତ୍ମାରାମ ମାଝି, ହଳନ୍ତ ମାଝି, କମେଶ୍ୱର୍ ବଗର୍ତ୍ତି, ପ୍ରଭାକର ମାଝି, ସୁଜନ ମାଝି, ମାଧବ ଭାଟି, କପୁର୍ଛନ ଭୋଇ, କାର୍ତ୍ତିକ ବଛା, ଗୋବର୍ଦ୍ଧନ ମାଝି, ବୁଡୁ ମାଝି ପ୍ରମୁଖ ସମସ୍ତେ ମା’ର ପୂଜକ ଭାବେ ସେବାକରି ଡେଙ୍ଗସର୍ଗି ଯାତ୍ରାରେ ସାମିଲ ହୋଇଥିଲେ । ତତ୍ ସହିତ ସୁର୍ଡା ଗ୍ରାମର ମା’ ଦ୍ୱାରସେନୀ କମିଟିର ସମସ୍ତ ସଦସ୍ୟ ଯାତ୍ରାରେ ସାମିଲ ହୋଇଥିଲେ । ଏହି ଯାତ୍ରାର ସୁରକ୍ଷା ପାଇଁ ସିନ୍ଧେକେଲା ପୋଲିସ ବିଭାଗ ସୁଚାରୁ ରୂପେ ସହଯୋଗ କରିଥିଲେ । ଏହି ଯାତ୍ରାରେ ମହାଗାଁ, କଡୋପଦ, ଆଲାଣ୍ଡା, ଠେମେରା, ସିଲାଣ୍ଡ ତଥା ଅନେକ ଗ୍ରାମର ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରି ବିଭିନ୍ନ ସ୍ଥାନରେ ମା’ଙ୍କ ବନ୍ଦାପନା କରିଥିଲେ । ଗୁରୁମାର ପର୍ବରେ ମୁରଲୀ ବଗର୍ତ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ତଥା ସମସ୍ତ ଗ୍ରାମର ଶ୍ରଦ୍ଧାଳୁ ମଧ୍ୟ ଗୁରୁମାରି ଖୁସିରେ ନାଚିଥିଲେ । ଏହି ଯାତ୍ରାରେ ଘଣ୍ଟା, ଶଙ୍ଖ, ଘୁମୁରା ପ୍ରମୁଖ ବାଦ୍ୟରେ ସୁର୍ଡ଼ା ଗ୍ରାମରେ କମ୍ପୁ ଥିଲା ।

jayashree
Leave A Reply

Your email address will not be published.