csstore

ଗଞ୍ଜାମରେ ୫୦ତମ ବିଦ୍ୟାଳୟସ୍ତରୀୟ ଶିଶୁ ଲେଖକ କର୍ମଶାଳା ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଗଞ୍ଜାମ, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାଳୟ ସଭାଗୃହରେ ୫୦ତମ ବିଦ୍ୟାଳୟସ୍ତରୀୟ ଶିଶୁ ଲେଖକ କର୍ମଶାଳା ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥି ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ କବିତା ଘର ଲିଟରାରୀ ଟ୍ରଷ୍ଟ ସଭାପତି ଡ଼. ରାଜେନ୍ଦ୍ର କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ବକ୍ତା ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ଲେଖକ ଡ଼. ସୁନାମଣି ରାଉତ, ସମ୍ମାନିତ ବକ୍ତା ଜାତୀୟ ଶିଶୁ ସାହିତ୍ୟିକ ଲେଖକ ମାନସ ରଞ୍ଜନ ସାମଲ, ନିମନ୍ତ୍ରିତ ଅତିଥି ସାହିତ୍ୟକ ତଥା ପ୍ରାକ୍ତନ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ବିଦେଶୀ ନାୟକ, ଗ୍ରାସୀମ କମ୍ପାନୀ ଜେନେରାଲ ମ୍ୟାନେଜର ରବିନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ପରିଚିତ ଲେଖକ ଓ କବିମାନଙ୍କ ଆତ୍ମ ଜୀବନୀ ଉଦାହରଣ ଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରହିଥିବା ଲୁକାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ ଗଞ୍ଜାମ ଶିକ୍ଷା ବିଭାଗ ପକ୍ଷରୁ କରାଯାଇଥିବା ପଠନ, ଆବୃତ୍ତି ଓ ଲିଖନ କାର୍ଯ୍ୟକ୍ରମ ଦ୍ୱାରା ପ୍ରଶଂସନୀୟ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିବା ସହ ବିଦ୍ୟାର୍ଥୀମାନଙ୍କ ଉଜ୍ୱଳ ଭବିଷତ୍ୱ କାମନା କରିଥିଲେ । ଆବାହକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ ଚନ୍ଦ୍ର ବେହେରା ମଞ୍ଚାସୀନ ରହିଥିଲେ ।

ଆୟୋଜିତ ସମାରୋହରେ ଆଦର୍ଶ ଶିକ୍ଷକ, ଶିକ୍ଷୟିତ୍ରୀ, ସିଆର ସିସି ଓ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଭ୍ୟର୍ଥନା କମିଟି ମୁଖ୍ୟ ସଂଯୋଜକ ଦାମୋଦର ପଣ୍ଡା, ସହ ସଂଯୋଜକ ରବିନ୍ଦ୍ର କୁମାର ସେଠି, ବିପ୍ର ଚରଣ ସାହୁ, ସାହିତ୍ୟିକ ତଥା ଶିକ୍ଷୟିତ୍ରୀ ବିଦ୍ୟୁତ ଲତା ମିଶ୍ର, ଶେଷଦେବ ବେହେରା, ନିରଞ୍ଜନ ମୁଦୁଲି, ନିରଞ୍ଜନ ମହାପାତ୍ର, ମହେଶ ବେହେରା ପ୍ରମୁଖଙ୍କ ସହ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଦଳଗତ ମୃଦଙ୍ଗ ବାଦକ, ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଦେଶାତ୍ମକବୋଧକ ନୃତ୍ୟ ଓ କଣ୍ଠ ସଙ୍ଗୀତ ପରିବେଶଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.