lika

ସାନକଲଙ୍ଗାପାଲିରେ କୋସଲି ସଂସ୍କୃତି ଦିନ ପାଳିତ

gbag

ପାଟଣାଗଡ, (ଗୋରେଖନାଥ ବରିହା) : କୋସଲି ରାମାୟଣର ରଚୟିତା କୋସଲି ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କର ଜନ୍ମ ଦିନ କୋସଲି ସଂସ୍କୃତି ଦିନ ତାଙ୍କ ଜନ୍ମ ପୀଠ ବାଲିପଟା ପଞ୍ଚାୟତ ଅନ୍ତର୍ଗତ ସାନକଲଙ୍ଗାପାଲିଠାରେ ଅନୁଷ୍ଠିତ ହୋଇଯାଇଛି । ହଳଦିଆ ତେଲି ଜୁଆନ କୁଟୁମ୍‌ର ସଭାପତି କ୍ଷୀରୋଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗାଇସିଲେଟ ବ୍ଲକ ତୈଳିକ ବୈଶ୍ୟ ସମାଜର ସଭାପତି ଚୈତନ୍ୟ ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ବିଶିଷ୍ଟ ଶିକ୍ଷାବିତ ଶିବ ପ୍ରସାଦ ପଣ୍ଡା । ସମ୍ମାନିତ ଅତିଥି ଭାବରେ ଶାନ୍ତନୁ କୁମାର ବୁଦ୍ଧିଆ, କାମାକ୍ଷା ପୁରୋହିତ, ମୂଷିକ ବାହାନ ଚନ୍ଦନ, ଜଳଧର ସାହୁ, ନାଗା ଦାସ ବାବା ପ୍ରମୁଖ ଯୋଗ ଦେଇଥିଲେ । ବ୍ୟଙ୍ଗ କବି ରବିଚନ୍ଦ୍ର ସାହୁ ସଭା ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ହଳଦିଆ ତେଲି ଜୁଆନ କୁଟୁମ୍‌ର ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ । କବି ପ୍ରହ୍ଲାଦ ସାହୁଙ୍କ ସମେତ ଜୁଆନ କୁଟୁମ୍‌ର ଉପସଭାପତି ରୋଶନ କୁମାର ସାହୁ, କୋଷାଧ୍ୟକ୍ଷ ନାରାୟଣ ସାହୁ, ସହସମ୍ପାଦକ ଦେବାଶିଷ ସାହୁ, ଯୁଧିଷ୍ଠିର ଆର୍ଯ୍ୟ, ଋଷିଦେବ ଆର୍ଯ୍ୟ, କୋସଲ ଯୁବଶକ୍ତିର ସମ୍ପାଦକ ଚିନ୍ମୟ ସାହୁ, ଟୁନା ସାହୁ, ଦୂଶାସନ ସାହୁ, ହେମନ୍ତ ସାହୁ, ଅଭିମନ୍ୟୁ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

babaa
Leave A Reply

Your email address will not be published.