pr

ଉପଯୁକ୍ତ ହିତାଧିକାରୀଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ

dr. purohit

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହଖଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଦଲିପାଲି ଗାଁର ବିଧବା ବୃଦ୍ଧ ବୃଦ୍ଧା ଏଯାଏଁ ୪ରୁ ୫ ମାସର ଭତ୍ତା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ହିତାଧିକାରୀମାନେ ସରପଞ୍ଚଙ୍କୁ ଗୁହାରି କରିବାରୁ ମୁଁ କିଛି କହି ପାରିବି ନାହିଁ ତୁମେମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖକୁ ଯାଅ ବୋଲି କହିଥିଲେ । ଏନେଇ କଦଲିପାଲି ଗାଁରୁ ତୁରେକେଲା ବ୍ଲକ ପର୍ଯ୍ୟନ୍ତ ପ୍ରାୟ ୧୫ କିଲୋମିଟର ଦୂରରୁ ବ୍ଲକ୍ କାର୍ଯ୍ୟାଳୟକୁ ଆସି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ଵାରସ୍ତ ହୋଇ ବୃଦ୍ଧବୃଦ୍ଧା ଚନ୍ଦ୍ରା ପରାଭୁଏ, ଜେମା ପରାଭୁଏ, ତୁଲା ମିର୍ଦ୍ଧା, ସାବିତ୍ରୀ ବାଗ, ଶୁକ୍ରବାରି, ରଏବାରି ମାଝି, ମଞ୍ଜୁରୀ ରଣା, ସୁବିଦା ବେହେରା, ଡମନ୍ ରଣା ଅଭିଯୋଗ କରିଛନ୍ତି । ଏ ବିଷୟରେ ସରପଞ୍ଚକୁ ଗୁହାରି କଲେ ମଧ୍ୟ ଆମ୍ଭ ମାନଙ୍କୁ ସହଯୋଗ କରୁନାହାନ୍ତି ବୋଲି ସେମାନେ କହିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ଏବଂ ୧୧ ନଂ ଜୋନ୍ ଜିଲ୍ଲା ପରିଷଦ କୋଶିକ ମେହେର ବୃଦ୍ଧବୃଦ୍ଧା ମାନଙ୍କୁ ଏଏସ୍‌ଓଙ୍କ ପାଖକୁ ଭତ୍ତା ଚେକ୍ କରିବା ପାଇଁ ପଠାଇଥିଲେ । ଏହି ସମୟରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଆସିଥିବାରୁ ତାଙ୍କ ଭତ୍ତା ହିତାଧିକାରୀ ମାନେ ଭତ୍ତା ପାଇଁ ଗୁହାରି କରିଥିଲେ । ଏନେଇ ଶ୍ରୀ ସାଲୁଜା ତୁମମାନଙ୍କୁ ଭତ୍ତା ମିଳିବ ଚିନ୍ତା କରନାହିିଁ ବୋଲି ପ୍ରତିଶୃତି ଦେଇଥିଲେ ।

nrusinghnath
Leave A Reply

Your email address will not be published.