ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଅନିୟମିତତା ଅଭିଯୋଗ ଘଟଣାର ତଦନ୍ତ ବେଳେ ପଡ଼ିଆବାହାଲ ପଞ୍ଚାୟତରେ ଉତ୍ତେଜନା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନିୟମିତତା ଅଭିଯୋଗ ଘଟଣାର ତଦନ୍ତ ବୁଧବାର ହେବାକୁ ଥିବା ବେଳେ ଅଧିକାରୀ ମାନେ ପହଞ୍ଚିବା ପୂର୍ବରୁ ଉତ୍ତେଜନା ପ୍ରକାଶ ପାଇଥିଲା । ସୂଚନା ଅନୁସାରେ କନଗାଁ, ପାଚେର ଓ ସାଲେପାଲି ଗାଁର ଗ୍ରାମ ସାଥୀମାନଙ୍କୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନିୟମିତତାରେ ଲିପ୍ତ ଥିବା ନେଇ ସରପଞ୍ଚ ଗାଁ ସାଥୀଙ୍କୁ କାର୍ଯ୍ୟରୁ ବହିଷ୍କାର ନୋଟିସ ଜାରି କରିଥିଲେ । ଏହା ପରେ ଗାଁ ସାଥୀ ସଂଘ ତରଫରୁ ଖପ୍ରାଖୋଲ ବିଡ଼ିଓଙ୍କଠାରେ ଫେରାଦ ହୋଇଥିଲେ । ଯାହାଫଳରେ ବିଡିଓ ରଶ୍ମି ରଞ୍ଜନ ରାଉତ ଘଟଣାର ତଦନ୍ତ ପାଇଁ ଏକ ଦଳ ଗଠନ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଦଳ ତଦନ୍ତ ପାଇଁ ପହଞ୍ଚିବା ପୂର୍ବରୁ ଗାଁ ସାଥୀଙ୍କ ସମର୍ଥକ ମାନେ ପଞ୍ଚାୟତ ପରିସରରେ ପାଟିତୁଣ୍ଡ କରିବା ସହ ସ୍ଥାନୀୟ ସରପଞ୍ଚଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଉତ୍ତେଜନା ଖବର ପାଇ ଖପ୍ରାଖୋଲ ଥାନା ଏସ୍‌ଆଇ ଗୋପୀନାଥ ମହାକୁଡ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ପଞ୍ଚାୟତର ପରିସରରୁ ବାହର କରିବା ପରେ ଉତ୍ତେଜନା ଶାନ୍ତ ପଡିଥିଲା । ପରେ ଅନିୟମିତତା ଘଟଣାର ତଦନ୍ତ ପାଇଁ ସହକାରୀ ଯନ୍ତ୍ରୀ ମହେଶ ଲାଲ ଅଗ୍ରୱାଲ, ଏକାଉଣ୍ଟ ଅଫିସର ହରେକୃଷ୍ଣ ମେହେର, ଏପିଓ ଶୁଶାନ୍ତ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ଦୀପକ ବେହେରା, ବଳଭଦ୍ର ନାଏକ ଓ ଏସ୍‌ପି ରାମନନ୍ଦ ବେହେରା ପ୍ରମୁଖ ଘଟଣାର ତଦନ୍ତ କରି ଫେରିଥିବା ଜଣାପଡିଛି । ଏନେଇ ଗାଁ ସାଥୀମାନେ ସରପଞ୍ଚଙ୍କ ପ୍ରତି ଆକ୍ରୋଶ ରଖି ବେଆଇନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ଶ୍ରମିକ ଅସନ୍ତୋଷ ପ୍ରକାଶ ପାଉଛି ବୋଲି କହିଛନ୍ତି । ଏନେଇ ସରପଞ୍ଚ ଦେବରାଜ ପ୍ରଧାନ ଗାଁ ସାଥୀ ମାନେ ବେଆଇନ କରୁଥିବା ଅଭିଯୋଗ ହୋଇଥିଲା । ଏହାର ତଦନ୍ତ ହେବାକୁ ଥିବାରୁ ତଦନ୍ତ ଭଣ୍ଡୁର ପାଇଁ ଗାଁ ସାଥୀମାନେ ପଞ୍ଚାୟତ ପରିସରରେ ଉତ୍ତେଜନା ସୃଷ୍ଟି କରି ପଞ୍ଚାୟତ ପରିସରରେ ପାଟିତୁଣ୍ଡ କରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାରୁ ଖପ୍ରାଖୋଲ ଥାନାରେ ଲିଖିତ ଜଣାଇଛି ବୋଲି କହିଛନ୍ତି । ଏନେଇ ତଦନ୍ତକାରୀ ଦଳ ସଦସ୍ୟ ଏପିଓ ସୁଶାନ୍ତ କୁମାର ସାହୁଙ୍କୁ ପଚାରିବାରୁ ଘଟଣାର ତଦନ୍ତ ହୋଇଛି ଜିଆରଏସକୁ କାମ ଗୁଡ଼ିକର କେସ ରେକର୍ଡ ମଗାଯାଇଛି ମିଳିବା ପରେ ତଦନ୍ତ ସରିବ ଏବଂ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।

Leave A Reply

Your email address will not be published.