oom

ୟୁଥ ଚେଞ୍ଜ ମେକର ଆୱାର୍ଡ ପାଇଲେ ମଦନପୁର ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଲୋକନାଥ ସାହୁ

jsmm

କଳାହାଣ୍ଡି, (ପି.କେ. ସାହୁ) : ଚଳିତ ବର୍ଷ ପଶ୍ଚିମ ଓଡିଶାର କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଯୁବ ଡାକ୍ତର ଲୋକନାଥ ସାହୁଙ୍କୁ ମିଳିଛି ସମ୍ମାନଜନକ ପୁରସ୍କାର ୟୁଥ ଚେଞ୍ଜ ମେକର ଆୱାର୍ଡ ୨୦୨୨ । କଳାହାଣ୍ଡି ତଥା କନ୍ଧମାଳ ଜିଲ୍ଲା ମାଓ ପ୍ରବଣ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେବା ସହ ଆନ୍ତରିକତା ସହ ନିଜର ଏହି ସେବା ଜାରି ରଖିଥିବା କାରଣରୁ ବିଇଙ୍ଗ ଓ ବିକମିଙ୍ଗ ଅନୁଷ୍ଠାନ ଇମା(ଇଣ୍ଡିଆନ ମେଡିକାଲ ଆସୋସିଏସନ) ଜୁନିଅର ଡକ୍ଟରସ ନେଟୱାର୍କ ତରଫରୁ ଚଳିତ ବର୍ଷ ଶ୍ରେଷ୍ଠ ଚିକିତ୍ସକ ଭାବେ(ପଶ୍ଚିମ ଓଡିଶାରୁ ପ୍ରଥମ) ଏହି ସମ୍ମାନ ପାଇ ଅଞ୍ଚଳକୁ ଗୌରବ ଆଣିଛନ୍ତି । ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଡାକ୍ତର ସାହୁ ରାଜ୍ୟସଭା ସଦସ୍ୟ ସୁଲତା ଦେଓ, ମୋ କଲେଜ ଅଧ୍ୟକ୍ଷ ତଥା ବିଧାନସଭା ସଦସ୍ୟ ଆକାଶ ଦାସ ନାୟକ, ପୂର୍ବତନ ରାଜ୍ୟସଭା ସାଂସଦ ପ୍ରଭାସ ସିଂ, ଡିଏମଇଟି ଉପାଧ୍ୟକ୍ଷ ଡ଼.ବ୍ରଜ ଦାସଙ୍କ ଭଳି ଅତିଥିଙ୍କ ହାତରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଡାକ୍ତର ଶ୍ରୀ ସାହୁ ତାଙ୍କ ନିଜ ଘର ପଣକାମାଲ ଗ୍ରାମ ପଞ୍ଚାୟତ ତୁଜୁଙ୍ଗ ଗ୍ରାମ ହୋଇଥିବା ବେଳେ ସେ ବର୍ତ୍ତମାନ ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଜର ସେବା ଜାରି ରଖିଛନ୍ତି ।

jittmm
Leave A Reply

Your email address will not be published.