csstore

ବିଜେପି ଦହିତା ମଣ୍ଡଳ ପକ୍ଷରୁ ଦୀନଦୟାଲ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ଦହିତା ମଣ୍ଡଳ ପକ୍ଷରୁ ଦୁହିତା ଶିବ ମନ୍ଦିର ସମ୍ମୁଖରେ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ମଣ୍ଡଳ ସଭାପତି କେତନ ମେହେରଙ୍କ ସଭାପତିତ୍ୱ ଏବଂ ସାଧାରଣ ସମ୍ପାଦକ ବାସୁଦେବ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ମଣ୍ଡଳ ପ୍ରଭାରୀ ରାଜୁ ଘିବେଲା, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଦସ୍ୟ ମକରଧ୍ୱଜ ବଗାର ପ୍ରମୁଖ ଯୋଗଦାନ କରି ଦୀନଦୟାଲ ଉପାଧ୍ୟାୟଙ୍କ ବାଲ୍ୟ ଜୀବନ ଠାରୁ ରାଜନୈତିକ ଜୀବନ ଓ ଦର୍ଶନ ଉପରେ ମାର୍ଗଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବସୁଦେବ ସାହୁ, ଜ୍ୟୋତିର୍ମୟ ସାହୁ, ମଧୁ ବେହେରା, ହର ବରିହା, ମଧୁସୂଦନ ସେଠ, ସରୋଜ ସାହୁ, ଗନ୍ଧର୍ବ ସାହୁ, କୁବେର ସାହୁ, ମିତ୍ରୋଦୟ ସାହା, କୃଷ୍ଣଚନ୍ଦ୍ର ମେହେର, ପ୍ରମୋଦ ମେହେର, ଗୋବିନ୍ଦ ସେଠ, ସଂଜୟ ସାହୁ, ସୁଦାମ ଭୋଇଙ୍କ ସହ ସମସ୍ତ ପଞ୍ଚାୟତର ପ୍ରମୁଖ, ସହପ୍ରମୁଖ ଓ ପ୍ରଭାରୀ ଉପସ୍ଥିତ ରହି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ନୀତେଶ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.