om academy

କ୍ରୀଡାବିତ୍‌ ପ୍ରଦ୍ୟୁମ୍ନ ମିଶ୍ରଙ୍କୁ ଡିଏଏର ଅଶୃଳ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ସଂସଦର ଭଲିବଲ ସଂପାଦକ ସ୍ୱର୍ଗତ ପ୍ରଦ୍ୟୁମ୍ନ କୁମାର ମିଶ୍ରଙ୍କୁ ଏକ ଶୋକ ସଭାରେ ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସାଧାରଣ ସଂପାଦକ ହରିନାରାୟଣ ପୁଜାରୀଙ୍କ ଆବାହକତ୍ୱ ଓ ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋକ ସଭାରେ ସଂସଦର ସଦସ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ମିଶ୍ରଙ୍କ ଜୀବନୀ ଉପରେ ସ୍ମୃତିଚାରଣ କରିଥିଲେ । ଜଣେ ଅମାୟିକ, ସରଳ, ସତ୍ୟବାଦୀ, ପରୋପକାରୀ ଓ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତିତ୍ୱ ଭାବରେ ସ୍ୱର୍ଗତ ପ୍ରଦ୍ୟୁମ୍ନ କ୍ରୀଡା କ୍ଷେତ୍ର ତଥା ସମାଜ ପାଇଁ କେତେ ଉପଯୋଗୀ ଥିଲେ ଏବଂ ତାଙ୍କ ବିୟୋଗ ସଂସଦର କେତେ ବଡ କ୍ଷତି ସେ ସମ୍ପର୍କରେ ସଭ୍ୟମାନେ ନିଜର ବକ୍ତବ୍ୟ ରଖିଥିଲେ । ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା, ବରିଷ୍ଠ ସଭ୍ୟ ତଥା ପୂର୍ବତନ ଲୋଇସିଂହା ବିଧାୟକ ରମାକାନ୍ତ ସେଟ, ସୁଧିରଚନ୍ଦ୍ର ପଣ୍ଡା, କାଉନସିଲ ସଭ୍ୟ ଜୟରାମ ମିଶ୍ର, ରାଜେନ୍ଦ୍ର ପୁରୋହିତ, ଗୌର ଚନ୍ଦ୍ର ପ୍ରଧାନ ଓ ରବୀନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

20 − 4 =