ଲୋଇସିଂହାର ନୂତନ ବିଡ଼ିଓ ଭାବେ ଯୋଗଦେଲେ ଆକାଶ ରଞ୍ଜନ ସାହୁ

ଲୋଇସିଂହା, (କେପିଏନ୍‌ଏସ୍‌) : ଦୀର୍ଘ ପାଞ୍ଚ ମାସର ବ୍ୟବଧାନ ପରେ ଶୁକ୍ରବାର ଲୋଇସିଂହା ବ୍ଲକରେ ନୂତନ ବିଡିଓ ଭାବେ ଯୋଗ ଦେଇଛନ୍ତି ଓଡିଶା ପ୍ରଶାସନିକ ସେବାର ଅଧିକାରୀ ଆକାଶ ରଞ୍ଜନ ସାହୁ । ଆଗରୁ ସେ ଦେବଗଡ ଜିଲ୍ଲା ବାରକୋଟ ବ୍ଲକରେ କାର୍ଯ୍ୟରତ ଥିଲେ । ଏହି ଅବସରରେ ବ୍ଲକର ବିଡ଼ିଓ ଦାୟିତ୍ୱରେ ଥିବା ଏବିଡ଼ିଓ ବିଜୟ କୁମାର ହୋତା, ଜିପିଇଓ କିଶୋର ମାନସିଂଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଶ୍ରୀ ସାହୁଙ୍କୁ ସ୍ୱାଗତ ଜଣାଇଥିଲେ । ସୂଚନାଯୋଗ୍ୟ ଯେ, ଗତ ଛଅ ବର୍ଷରୁ ଅଧିକ ସମୟ ଧରି ଲୋଇସିଂହା ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟରତ ଥିବା ରାମଚନ୍ଦ୍ର ଖାଡ଼ିଆ ପଦୋନ୍ନତି ପାଇ ନୂଆପଡା ଜିଲ୍ଲାକୁ ବଦଳି ହେବା ପରେ ଏହି ପଦବୀଟି ଖାଲି ପଡିଥିଲା ।

Leave A Reply

Your email address will not be published.

error: Content is protected !!