csstore

ଲୋଇସିଂହାରେ ଅବାଧ ସଟ୍ଟା ଖେଳ : ନୂତନ ଥାନାଧିକାରୀ ଦୃଷ୍ଟି ଦେବେ କି, ସାଧାରଣରେ ପ୍ରଶ୍ନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଅଂଚଳରେ ଅବୈଧ ସଟ୍ଟା ଖେଳ ଜୋରସୋରରେ ଚାଲିଥିବା ଅଭିଯୋଗ ହେଉଛି । ସହରଠାରୁ ଗ୍ରାମାଞ୍ଚଳ ଯାଏଁ ଏହି ଖେଳ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଟଙ୍କାଟିଏ ବଦଳରେ ୮୦ ଟଙ୍କା ପାଇବା ଲୋଭରେ ସ୍କୁଲ ଛାତ୍ରଙ୍କଠାରୁ ଆରମ୍ଭ କରି ଯୁବକ ତଥା ସରକାରୀ କର୍ମଚାରୀ ମଧ୍ୟ ଏହି ଖେଳ ଫାଶରେ ପଡି ସର୍ବସ୍ୱ ହରାଉଥିବା ଦେଖିବାକୁ ମିଳୁଛି । ଲୋଇସିଂହାରେ ମଧ୍ୟ ଏକାଧିକ ସଟ୍ଟାଡ଼ନ ଏବେ ଏହି ଖେଳକୁ ନିୟନ୍ତ୍ରଣ କରୁଛନ୍ତି । ସ୍ଥାନୀୟ ବସଷ୍ଟାଣ୍ଡଠାରୁ ଆରମ୍ଭ କରି ଚାରିଛକ, ବ୍ଲକଛକ, କଲେଜଛକ, ବୁର୍ଡା, ରୁଗୁଡିଖାଲ, ରାମପୁର, ସାଲେଭଟା, କରକଚିଆ ଛକ, ଝରନିପାଲି, ଭରସୁଜା, ଫାସଡ଼, ଝାରମୁଣ୍ଡା ତଥା ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ଏହି ତଥାକଥିତ ସଟ୍ଟାଡ଼ନ ମାନେ ନିଜର ଏଜେଣ୍ଟ ମାନଙ୍କ ଜରିଆରେ ଖେଳ ପରିଚାଳନା କରୁଛନ୍ତି । ଏହି ଖେଳକୁ ନେଇ ଆଧିପତ୍ୟ ବିସ୍ତାର ପାଇଁ ଅନେକ ସମୟରେ ଏଜେଣ୍ଟମାନଙ୍କ ମଧ୍ୟରେ ଝଗଡା ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଲୋଇସିଂହା ଥାନାରେ ନୂତନ ଭାବେ ଯୋଗ ଦେଇଥିବା ମହିଳା ଥାନାଧିକାରୀ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

jayashree
Leave A Reply

Your email address will not be published.