csstore

ବଲାଙ୍ଗିର ଏକ୍ସନ କମିଟି ପକ୍ଷରୁ ଲୋକ ସମ୍ପର୍କ ଅଭିଯାନର ପ୍ରଥମ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପେଲେସ ଲାଇନ ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଗତକାଲି ବଲାଙ୍ଗିର ଏକ୍ସନ କମିଟି ପକ୍ଷରୁ ଲୋକ ସମ୍ପର୍କ ଅଭିଯାନର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସହରର ବିଭିନ୍ନ ପଡ଼ାରେ ବରିଷ୍ଠ ନାଗରିକ ତଥା ଯୁବକମାନଙ୍କୁ, କମିଟିର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇବା ସଂଗେ ସଂଗେ ଆଗାମୀ ଦିନରେ ଏକତ୍ରିତ ହୋଇ ବଲାଙ୍ଗିର ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ବାଧ୍ୟ କରିବା ଲୋକ ସମ୍ପର୍କ ଅଭିଯାନର ମୂଳ ଲକ୍ଷ ବୋଲି ମତ ପ୍ରକାଶ ପାଇଥିଲା । ଏକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ହୋଇଥବା ଏହି ବୈଠକରେ ବଲାଙ୍ଗିର ସହରର ଶତାଧିକ ବରିଷ୍ଠ ବୁଦ୍ଧିଜୀବୀ ଯୋଗ ଦେଇ ସହରର ବିଭିନ୍ନ ସମସ୍ୟା, ବିଶେଷ କରି ଲୋଏର ସୁକତେଲ ଜଳସେଚନ ପ୍ରକଳ୍ପ, ବାଇପାସ ରାସ୍ତା ନିର୍ମାଣ ଏବଂ ଖୋର୍ଦ୍ଧା ବଲାଙ୍ଗିର ରେଳପ୍ରକଳ୍ପର ସମ୍ପୂର୍ଣ୍ଣ ହେବାରେ ଅହେତୁକ ବିଳମ୍ବ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ଏହି ସବୁ ସମସ୍ୟା ନେଇ ଆଗାମୀ ଦିନରେ ବିଭିନ୍ନ ପ୍ରକାର ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ଉକ୍ତ ବୈଠକରେ ସ୍ଥିର ହୋଇଥିଲା । ଏହି ସଭାକୁ କମିଟିର ଉପସଭାପତି ମୁନା ପଟ୍ଟନାୟକ ପରିଚାଳନା କରିଥିଲେ । ସନ୍ତୋଷ ସାହୁ, ବିନୋଦ କୁମାର କାଲସାଏ, ଭବାନୀ ଶତପଥୀ, ପ୍ରଶାନ୍ତ ନାୟକ, ସୁନିଲ ମିଶ୍ର, ପ୍ରମୋଦ ସାହୁ, ରିଲୁ ରଥ, ରବି ଖମାରୀ, ପ୍ରିତମ ଠାକୁର, ସୁନିଲ ମିଶ୍ର, ନିହାରିକା ମିଶ୍ର, ପ୍ରମିଲା ମିଶ୍ର, ବରିଷ୍ଠ ବୁଦ୍ଧିଜୀବୀ ଶମ୍ଭୁ ମିଶ୍ର, ବିକ୍ରମାନନ୍ଦ ବହିଦାର, ସୁଧିର ଚାନ୍ଦ, ପ୍ରମୋଦ ତ୍ରିପାଠୀ, ରାମ ଶତପଥୀ, ଚାଇନା ମହାନ୍ତି, ରାଜ କିଶୋର ଦାସ, ଅଶୋକ ପାଢ଼ୀ, ଲାଲମନ ଗଡତ୍ୟା, ବିରଞ୍ଚି ମିଶ୍ର, ସରୋଜ ବେଦବାକ, ବସନ୍ତ ଆଚାର୍ଯ୍ୟ ଏବଂ ଅନ୍ୟମାନେ ବୈଠକ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.