ମର୍ମନ୍ତୁଦ ଦୁର୍ଘଟଣା : ମହିଳା ମୃତ, ୨ ଗୁରୁତର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ଥାନା ଅନ୍ତର୍ଗତ ବଗବାହାଲ ଗାଁ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନରେ ବଗବାହାଲ ଗାଁର ଯୁଧିଷ୍ଠିର ରଣା, ସ୍ତ୍ରୀ ସନ୍ତୋଷିନୀ ରଣା ଓ ଖୁଡ଼ୀ ରିତାଞ୍ଜଳି ରଣା ତୁରେକେଲା ଗ୍ରାମ ପଞ୍ଚାୟତରୁ ପିଡିଏସ ଚାଉଳ ପାଇବା ପରେ ଗୋଟିଏ ବାଇକ୍‌ରେ ଫେରୁଥିଲେ । ଖୁଡ଼ୀ ରିତାଞ୍ଜଳି ପିନ୍ଧି ଥିବା ଶାଢୀ କାନି ବାଇକ ପଛପଟ ଚକାରେ ଗୁଡେଇ ହୋଇ ଯିବାରୁ ସମସ୍ତେ ଛିଟିକି ତଳେ ପଡିଯାଇଥିଲେ । ରିତାଞ୍ଜଳିଙ୍କ ମୁଣ୍ଡରେ ଆଘାତ ଲାଗି ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଦୁଇଜଣ ଯୁଧିଷ୍ଠିର ଓ ସନ୍ତୋଷିନୀ ଗୁରୁତର ହୋଇଥିଲେ । ଦୁଇ ଜଣଙ୍କୁ ତୁରେକେଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିରକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.