csstore

ଅମଠି ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବୈତାଳି କ୍ଲଷ୍ଟର ଅନ୍ତର୍ଗତ ଅମଠି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ପ୍ରଭୁଦାସ ମହାନନ୍ଦଙ୍କ ସହ ଶିକ୍ଷୟିତ୍ରୀ ଭଗବତୀ ତାଣ୍ଡି ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଆମ୍ବାସେଡର ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ବିଦ୍ୟାଳୟର ୬ ଜଣ ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ମେସେଞ୍ଜର ଭାବେ ଦାୟିତ୍ୱ ତୁଲାଉଛନ୍ତି । ଏହା କେନ୍ଦ୍ର ସରକାରଙ୍କ ଅୟୁଷ୍ମାନ ଭାରତ ଯୋଜନା ଅଧିନରେ ଦେଶର ପ୍ରତ୍ୟେକ ସରକାରୀ ବିଦ୍ୟାଳୟମାନଙ୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ବୈତାଳି କ୍ଲଷ୍ଟର ସିଆର୍‌ସିସି ଦିବସ କୁମାର ସାହୁ ନିଜ କ୍ଲଷ୍ଟରରେ ସମସ୍ତ ସରକାରୀ ଯୋଜନା ଗୁଡ଼ିକୁ ଠିକ ଭାବେ ତୁଲାଇବା ପାଇଁ ସମସ୍ତ ପ୍ରଧାନ ଶିକ୍ଷକ ତଥା ସହ ଶିକ୍ଷକ ମାନଙ୍କୁ ଅନୁରୋଧ ପରେ ସମସ୍ତ କାର୍ଯ୍ୟକ୍ରମ ଠିକ୍‌ ଭାବେ ହେଉଥିବା ଯୋଗୁଁ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ପ୍ରିୟପାତ୍ର ପାଲଟିଛନ୍ତି ।

jayashree
Leave A Reply

Your email address will not be published.