oom

ପ୍ରଥମ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ

jsmm
  • ‘ସାହିତ୍ୟ : ଜଣା ଅଜଣା’ ପୁସ୍ତକ ଲୋକାର୍ପଣ ଓ ବୃକ୍ଷ ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସିଦ୍ଧପୀଠ ଆଂକୋଇରେ ପ୍ରଥମ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ରବିବାର ଦିନ ଡାଇରେକ୍ଟର ନୀଳମଣୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନାଲକୋର ଅବସରପ୍ରାପ୍ତ ଅର୍ଥ ବିଭାଗର ନିର୍ଦ୍ଦେଶକ ସନ୍ତୋଷ କୁମାର ଦାଶ, ବିଶିଷ୍ଟ ଅତିଥି ଭାବେ ନାଟ୍ୟକାର ତଥା ଶିଶୁ ସାହିତ୍ୟିକ ଡ଼. ହେମନ୍ତ କୁମାର ଛୋଟରାୟ, ଉତ୍କଳ ସମ୍ମିଳନୀ ପୁରୀ ଜିଲ୍ଲା ଶାଖାର ସଭାପତି କବି ଗବେଷକ ଭୀମସେନ ମହାପାତ୍ର, ଗୁଆଳିପଡ଼ା ସରପଞ୍ଚଙ୍କ ପ୍ରତିନିଧି ହରେକୃଷ୍ଣ ସ୍ୱାଇଁ, ସବୁଜ ଡେଲାଙ୍ଗ ଟ୍ରଷ୍ଟର ଆବାହକ ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ, ମୋଟରୀ ସରପଞ୍ଚ ମାର୍କଣ୍ଡ ମଙ୍ଗରାଜ ଓ ସମିତି ସଭ୍ୟ ଲଲାଟକେଶରୀ ଜେନା, ଶିଶୁ ସାହିତ୍ୟିକା ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ଦାଶ, ସମାଜସେବୀ କିଶୋର ପ୍ରଧାନ, ସୌଭାଗିନୀ ମହାପାତ୍ର, ଦିବାକର ଷଡ଼ଙ୍ଗୀ, ସ୍ୱର୍ଣ୍ଣଳତା ସାହୁ, ଦିବାକର ବେହେରା ପ୍ରମୁଖ ଯୋଗ ଦେଇ ବାବା ଗୋରଖନାଥଙ୍କ ମହିମା ସହ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ତ୍ରୟମାସିକ ପତ୍ରିକା ‘ସିଦ୍ଧ ବିଶ୍ୱ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ନୀଳଚକ୍ର ପ୍ରକାଶନ ବୋଳକଣା ପକ୍ଷରୁ ବିଶିଷ୍ଟ ସାରସ୍ୱତ ସାଧକ ଚାଳିଶ ଖଣ୍ଡ ପୁସ୍ତକର ସ୍ରଷ୍ଟା ଫକୀର ଚରଣ ପାଢ଼ୀଙ୍କର ପୁସ୍ତକ ‘ସାହିତ୍ୟ : ଜଣା ଅଜଣା’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପଣ ହୋଇଥିଲା । ଡ଼. ହେମନ୍ତ କୁମାର ଛୋଟରାୟ ପୁସ୍ତକ ସମୀକ୍ଷା ସହ ଲେଖକଙ୍କ ବିଷୟରେ ସୁବିସ୍ତୃତ ଆଲୋଚନା କରିଥିଲେ । ନୀଳଚକ୍ର ପ୍ରକାଶନର ସଭାପତି ଡ଼. କ୍ଷେତ୍ରବାସୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରକୃତିବନ୍ଧୁ ଆଇନଜୀବୀ ହୃଷୀକେଶ ପାଢ଼ୀ ଭୂତଳ ଜଳସ୍ତର ଶୁଦ୍ଧିକରଣ ଓ ଭୂତଳ ଜଳସ୍ତର ବୃଦ୍ଧି ଯଜ୍ଞରେ ସାମିଲ ହୋଇ ଅତିଥିମାନଙ୍କୁ ବୃକ୍ଷ ଦେଇ ପ୍ରକୃତି ଓ ପରିବେଶ ସଂରକ୍ଷଣ କରିବା ପାଇଁ ସମ୍ୟକ ଆଲୋଚନା କରିବା ସହ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ନିବେଦନ କରି ଜନ ସଚେତନତା ସୃଷ୍ଟି କରିଥିଲେ । ରାଧା କୃଷ୍ଣ ଖୁଣ୍ଟିଆ, ଡ଼. କ୍ଷେତ୍ରବାସୀ ପ୍ରଧାନ, ଦିଲ୍ଲୀପ ବାରିକ, ରମେଶ ପରିଡା, ଗଣେଶ ବାରିକ, ଯମୁନା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରସାଦ ସେବନ ପରେ ପୀଠ ପରିସରରେ ବକୁଳ, ଆମ୍ବ, ଶପେଟା ବୃକ୍ଷ ସହ ବିଭିନ୍ନ କିସମର ଫୁଲଚାରା ରୋପଣ କରାଯାଇଥିଲା ।

jittmm
Leave A Reply

Your email address will not be published.