lika

ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ୨୭ରେ

gbag

ପୁରୀ : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବା ସମ୍ପର୍କରେ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଚଳିତମାସ ୨୭ ତାରିଖ ଦିନ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ସମ୍ପର୍କରେ ସୂଚନା ଦେଇଥିବା ହାଇକୋର୍ଟ ପକ୍ଷରୁ ନିଯୁକ୍ତ ଆମିକସ୍‌ କ୍ୟୁରୀ ଏନ.କେ ମହାନ୍ତି କହିଛନ୍ତି ।
ପରିଚାଳନା କମିଟି ନିଷ୍ପତ୍ତି ପରେ ସେ ହାଇକୋର୍ଟକୁ ଜଣାଇବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ମରାମତି ସମ୍ପର୍କରେ ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି । ଖୁବ୍‌ ଶୀଘ୍ର ନାଟମଣ୍ଡପ ସମେତ ଜଗମୋହନ ବାହାର ପାର୍ଶ୍ବ ଏବଂ ରୋଷଘର ଚଟାଣ ମରାମତି କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା ବୈଠକରେ ଅଧ୍ୟକ୍ଷତା କରିଥିଲେ । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଭୁବନେଶ୍ୱର ମଣ୍ଡଳ ଅଧୀକ୍ଷକ ଡ. ଅରୁଣ କୁମାର ମଲିକ, ବୈଷୟିକ କୋର୍‌ କମିଟି ସଭ୍ୟ ଡ. ଏନ୍‌ସି ପାଲ୍‌, ଶ୍ରୀମନ୍ଦିର ମୁଖ୍ୟ ଯନ୍ତ୍ରୀ ବିନ୍ଧେଶ୍ୱର ପାତ୍ର, ଅଧୀକ୍ଷଣ ଯନ୍ତ୍ରୀ ବି. ଆଶିଷ କୁମାର ସୁବୁଦ୍ଧି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.