ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ କନ୍ଦେଇ ପଞ୍ଚାୟତ ଟିକ୍ରାପଡାର କଳାକାରମାନେ ବୃକ୍ଷ ରୋପଣ କରିଛନ୍ତି । ବିଜେଡି ପଞ୍ଚାୟତ ସଭାପତି ଯଦୁମଣି ପୁଟେଲଙ୍କ ନେତୃତ୍ୱରେ ପଶ୍ଚିମ ଓଡିଶାର ବିକାଶ କଳା ପରିଷଦର କର୍ମକର୍ତ୍ତା ସମେତ ଦୀଳସୁନ୍ଦର ପଟେଲ, ପୁରନ୍ଦର ପଟେଲ, ଶିଶୁ ବିକାଶ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ । ଲୋକ କଳା ପରିଷଦର ସଭାପତି ଅମିଲ ପୁଟେଲଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.