csstore

ବରକେରା ବିଦ୍ୟାଳୟରେ ସ୍ଵଚ୍ଛତା ପକ୍ଷ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ସ୍ଵଚ୍ଛତା ପକ୍ଷର ଅନ୍ତିମ ଦିବସରେ ସ୍ଵଚ୍ଛତା ଓ ପରିବେଶ ଉପରେ ଏକ ସଚେତନତା ରାଲି ଗ୍ରାମ୍ୟ ପରିକ୍ରମା କରିଥିଲା । ଏଥିରେ ଯୋଗ ଦେଇଥିଲେ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ଭୁବନେଶ୍ଵରର ନିର୍ଦ୍ଦେଶକ ଗୋବିନ୍ଦ ଆଚାର୍ଯ୍ୟ, ବରିଷ୍ଠ ବୈଜ୍ଞାନିକ ଡ. ପେଟିକମ ଶ୍ରୀନିବାସନ, ସିଂଘରାୟ ମାଝି, ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ, ପରିବେଶ କର୍ମୀ ତଥା ଶିକ୍ଷକ ମିଟୁ କିଶୋର ପ୍ରଧାନ, ଶିକ୍ଷକ ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ, ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ପବିତ୍ର ମୋହନ ପରିଡା, ପ୍ରଶାନ୍ତ କୁମାର ପରିଡା, ନରେଶ ପରିଡା ପ୍ରମୁଖ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଶେଷରେ ବିଦ୍ୟାଳୟ ପ୍ରାଙ୍ଗଣରେ ନଡିଆ, ଗୁଆ, ଆମ୍ଵ ଓ ବଉଳ ଚାରା ଲଗା ଯାଇଥିଲା ।

jayashree
Leave A Reply

Your email address will not be published.