lika

ପାଟଣା ମଣ୍ଡଳ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

gbag

ପାଟଣା : ଭାରତୀୟ ଜନତା ପାର୍ଟି ପାଟଣା ମଣ୍ଡଳ ଅନ୍ତର୍ଗତ ୨୩ ନମ୍ବର ଜୋନର ମଲିପଶି ଠାରେ ଗତକାଲି ଚତୁର୍ଥ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମଣ୍ଡଳ ସଭାପତି ଅଭୟ କୁମାର ବେହେରାଙ୍କ ସଭାପତତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ଉପ ସଭାପତି ଗୋପୀନାଥ ରାମ, ପାଟଣା ବିଧାନସଭା ପ୍ରଭାରୀ କୃପା ସିନ୍ଧୁ ମହାନ୍ତ, ସଂଯୋଜକ ସୁଦର୍ଶନ ମହାନ୍ତ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରହଲ୍ଲାଦ ପଲେଇ, ଜିଲ୍ଲା କୃଷକ ମୋର୍ଚ୍ଚା କୋଷାଧ୍ୟକ୍ଷ ଡମ୍ବୁରୁଧର ମହାନ୍ତ, ପାଟଣା ମଣ୍ଡଳ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ପଲେଇ, ଲଳିତ ମୋହନ ଗିରି, ଜିଲ୍ଲା ଓ ବିସି ମୋର୍ଚ୍ଚା ସଭାପତି ଲକ୍ଷ୍ମଣ କୁମାର ରାଉତ ପ୍ରମୁଖ ଯୋଗଦେଇ ୨୦୨୪ ପାଇଁ ସଂଗଠନ ପକ୍ଷରୁ ମୋ ବୁଥ୍‌ ମଜଭୁତ କେନ୍ଦ୍ରୀୟ ଯୋଜନା ବାବଦରେ କର୍ମୀଙ୍କୁ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ତ୍ରିନାଥ ମହାନ୍ତ, ନରହରି ମହାନ୍ତ, ଶ୍ରୀକାନ୍ତ ପାତ୍ର ସଭା ପରିଚାଳନାରେ ସହଯୋଗ କରିଥିଲେ । ବୈଠକରେ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ ।

babaa
Leave A Reply

Your email address will not be published.