oom

ଚିନ୍ତା ବଢାଉଛି ବିଦ୍ୟୁତ ଖୁଣ୍ଟ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ପୁଇଁତୋଳା ଗାଁ ମଝିରେ ବିପଦ ସଂକୁଳ ଅବସ୍ଥାରେ ରହିଛି ବିଦ୍ୟୁତ ଖୁଣ୍ଟ । ଉକ୍ତ ଖୁଣ୍ଟକୁ ଲାଗି ରହିଛି ଏକ ବିରାଟ ଉଚ୍ଚତା ସମ୍ପର୍ଣ୍ଣ ହାଇମାକ୍ସ ଲାଇଟ ପୋଲ । ତାହା ପୁଣି ପାଞ୍ଚ ବର୍ଷରୁ ଅଧିକ ହେବ ଅଚଳ ହୋଇ ପଡିଛି । ଦୁଇ ସାହିକୁ ଆଲୋକିତ କରିବା ନିମନ୍ତେ ୨୦୦୮ରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମର ତିନି ମୁଁହା ଛକରେ ଉକ୍ତ ହାଇମାକ୍ସ ଲାଇଟ ଲଗାଯାଇଥିଲା କିନ୍ତୁ ତାହା ଦୀର୍ଘ ପାଞ୍ଚ ବର୍ଷରୁ ଅଧିକ ହେବ ଖରାପ ହୋଇଯାଇଥିଲେ ମଧ୍ୟ ଏନ୍‌ଏସି ପ୍ରଶାସନର ଉଦାସୀନ ମନୋଭାବ ଯୋଗୁ ତାହା ସଜଡା ଯାଉନାହିିଁ । କିମ୍ବା ଉକ୍ତ ପୋଲକୁ ସାହି ମଝିରୁ ବାହାର କରାଯାଉ ନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାମବାସୀ । ଏଥିପ୍ରତି ପ୍ରଶାସନ ପଦକ୍ଷେପ ନ ନେବାରୁ ଚିନ୍ତା ବଢାଉଛି ଏହି ଖୁଣ୍ଟ । ଏହାର ସମାଧାନ ଆଗାମୀ ଦିନରେ ଏନ୍‌ଏସି ଘେରାଉ କରାଯିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.