ଭୁବନେଶ୍ୱର ଏମ୍ସରେ କର୍କଟ ରୋଗୀଙ୍କ ପାଇଁ ଲାଗିବ ଅତ୍ୟାଧୁନିକ ଲିନାକ୍ ମେସିନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଏମ୍ସରେ କର୍କଟ ରୋଗୀଙ୍କ ପାଇଁ ଅତ୍ୟାଧୁନିକ ଦ୍ୱିତୀୟ ଡୁଆଲ ଏନର୍ଜି ଲିନିଅର ଆକ୍ସିଲିରେଟର ମେସିନ ସ୍ଥାପନ କରାଯିବ । ଏମ୍ସର ରେଡିଏସନ ଅଙ୍କୋଲୋଜି ବିଭାଗରେ ଏହି ମେସିନ ସ୍ଥାପନ କରାଯିବ । ଏହି ଅତ୍ୟାଧୁନିକ ଲିନାକ୍ ମେସିନ ସ୍ଥାପନ ହେବା ପ୍ରକ୍ରିୟା ସୋମବାର ଆରମ୍ଭ ହୋଇଛି । ଆସନ୍ତା ୨୦୨୩ ଜାନୁଆରୀ ସୁଦ୍ଧା ଏହାର କାର୍ଯ୍ୟ ସରିବ । ଏହାପରେ ମୁମ୍ବାଇ ଆଟୋମିକ ଏନର୍ଜି ରେଗୁଲେଟୋରୀ ବୋର୍ଡର ଅନୁମୋଦନ ପରେ ଚିକିତ୍ସା ଆରମ୍ଭ ହେବ । ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ମେସିନ ସ୍ଥାପନ ହେବାକୁ ଯାଉଛି । ଯଦିଓ ପୂର୍ବରୁ ଅନ୍ୟ ଏକ ଲିନାକ ମେସିନ ରହିଛି, ତାହା ଅପେକ୍ଷା ଏହା ଅତ୍ୟାଧୁନିକ ରହିବ । ଯେଉଁଥିରେ ଏସ୍‌ବିଆର୍‌ଟି, ଏସ୍‌ଆର୍‌ଏସ୍‌, ଏସ୍‌ଆର୍‌ଟି, ଆଇଏମ୍‌ଆର୍‌ଟି, ଆଇଜିଆରଟି ଭଳି ଆଡାପ୍ଟିଭ୍ ରେଡିଓଥେରାପି ଆଦି ସଂଲଗ୍ନ ରହିବ । ଏହା ଫଳରେ ରୋଗୀଙ୍କୁ ଆଉ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବନି ଏବଂ ଗୁଣାତ୍ମକ ଚିିକିତ୍ସା ସେବା ଯୋଗାଇ ଦେଇ ହେବ ।

Leave A Reply

Your email address will not be published.