oom

ବେଙ୍ଗଲୁରୁର ଡାକ୍ତର ଗୋବିନ୍ଦ ନନ୍ଦକୁମାର ସମାଜରେ ଏବେ ବେଶ ଚର୍ଚ୍ଚାର ପରିସରରେ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଣେ ରୋଗୀଙ୍କ ଆଶୁଚିକିତ୍ସା ଓ ଅସ୍ତ୍ରୋପଚାରକୁ ନେଇ ଡାକ୍ତର କେତେ ଯତ୍ନବାନ ହେବା କଥା, ତାହା ଏଠାରେ ପ୍ରତିପାଦିତ ହୋଇଛି । ଆମ ସମସ୍ତଙ୍କୁ ସମ୍ପୃକ୍ତ ଜଣେ ଡାକ୍ତର ଜଣକ ସମାଜକୁ ଉଚିତ ଦିଗଦର୍ଶନ ଦେଇ କରି ଦେଖାଇଛନ୍ତି । ଏଠାରେ ପ୍ରକାଶ ଥାଉକି, ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ବେଙ୍ଗଲୁରୁର ଜଣେ ଡାକ୍ତର ଡ଼ା.ଗୋବିନ୍ଦ ନନ୍ଦକୁମାର ମେଡିକାଲକୁ ଯିବା ବେଳେ ଟ୍ରାଫିକ ଜାମରେ ଫସି ଯାଇଥିଲେ । ସେଠାରୁ ମୁକ୍ତ ହେବା ପାଇଁ ତାଙ୍କୁ ଦୀର୍ଘ ସମୟ ଲାଗିବ ଜାଣି ଗାଡିକୁ ଟ୍ରାଫିକ ଜାମ ସ୍ଥାନରୁ ସାମାନ୍ୟ ସାଇଡ କରି ଗାଡି ରଖି ଦୌଡ଼ି ଦୌଡ଼ି ତିନି କିଲୋମିଟର ଯାଇ ମେଡିକାଲରେ ପହଞ୍ଚି ଥିଲେ ଏବଂ ଡ଼ା.ଗୋବିନ୍ଦ କୁମାର ରୋଗୀଙ୍କ ସଫଳ ଅସ୍ତ୍ରପୋଚାର କରିଥିଲେ । ଡାକ୍ତର ବାବୁ ତାଙ୍କ ସହକର୍ମୀମାନଙ୍କୁ କହି ପୂର୍ବରୁ ସବୁ ପ୍ରସ୍ତୁତି ଓ ବ୍ୟବସ୍ଥାପନା ଭିତ୍ତିରେ ସଜାଗ ଥିଲେ । କିନ୍ତୁ ଅପରେସେନ ସମୟ ଘୁଞ୍ଚି ଗଲେ, ପ୍ରମାଦଥିବା ଜାଣି ଡାକ୍ତର ଜଣକ ଘୋର ଟ୍ରାଫିକ ସମସ୍ୟା ଦେଖି ନିଜ ବାହନରୁ ଓହ୍ଲାଇ ବେଙ୍ଗଲୁରୁର ସିଟିର ସ୍ୱାତୀଶ୍ରୀ ହସ୍ପିଟାଲକୁ ଦୌଡ଼ି ଦୌଡି ୩ କିମି. ଚାଲିଆସିଥିଲେ । ଏଥିରୁ ଜାଣିବାକୁ ପଡିବ ଯେ, ଜଣେ ରୋଗୀ ଯେତେ ଡାକ୍ତରଙ୍କ ଉପରେ ନିର୍ଭର କରେ, ଡାକ୍ତର ତାହା ଠାରୁ ଅଧିକ ରୋଗୀ ପାଇଁ ଯତ୍ନବାନ ହେବା ଆବଶ୍ୟକ । ଏହି ଡାକ୍ତର ବାବୁ ଜଣକ ଏବେ ସୋସିଆଲ ମିଡ଼ିଆ ଏବଂ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରି ବେଶ ଚର୍ଚ୍ଚାକୁ ଆସିଛନ୍ତି । ଡାକ୍ତରଙ୍କୁ ଭଗବାନଙ୍କ ସାକାର ସ୍ୱରୂପ ଦ୍ୱିତୀୟ ରୂପୀ ଭଗବାନ ବୋଲି ଆଖ୍ୟା ଦିଆଯାଇଥାଏ । ତାହା ଏଠାରେ ସ୍ୱଷ୍ଟ ପ୍ରତିପାଦିତ ସ୍ୱରୂପ ପ୍ରତୀୟମାନ କରିଛି । ଯାହା ଭଗବାନ ରୂପୀ ଡାକ୍ତରଙ୍କଠାରୁ ସ୍ପଷ୍ଟ ବାରି ହୋଇପାରିଛି । ପୁରା ଡାକ୍ତର ସମାଜଙ୍କର କର୍ତ୍ତବ୍ୟ, ଦାୟିତ୍ୱ କିଭଳି ରହିବା ଦରକାର ତାହା ଆଜି ଡ଼ା. ଗୋବିନ୍ଦ ନନ୍ଦକୁମାର ଏକ ଉଦାହରଣ ପାଲଟି ଯାଇଛନ୍ତି । ଦେଶର ସବୁ ଡାକ୍ତରଙ୍କଠାରୁ ସବୁ ରୋଗୀ ଏହିଭଳି ଆଶା ରଖିବା ଆବଶ୍ୟକ । ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ମଧ୍ୟ ଡାକ୍ତରଙ୍କ ପ୍ରତି ସମାନ ବ୍ୟବହାର ପ୍ରଦର୍ଶନ କରିବା ସହ ଉଚିତ୍‌ ସମ୍ମାନ ଜଣାଇବା ଜରୁରୀ ବୋଲି ଏଠାରେ କୁହାଯାଇଛି ।

jittmm
Leave A Reply

Your email address will not be published.