om academy

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂଘର୍ଷ ସମିତିର ପ୍ରତିବାଦ ସଭା : ଦୁର୍ବାର ଆନ୍ଦୋଳନ ପାଇଁ ମିଳିତ ପ୍ରସ୍ତାବ ଗୃହୀତ

jsm
  • ଯୋଗ ଦେଲେ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ତରଭା ଅଂଚଳର ପ୍ରତିନିଧି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂଘର୍ଷ ସମିତି ପକ୍ଷରୁ ବଲାଙ୍ଗିର ସାମ୍ବାଦିକ ଭବନଠାରେ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ ଜିଲ୍ଲା ଏବଂ ତରଭା ସମିତି ପ୍ରତିନିଧିଙ୍କ ଉପସ୍ଥିତିରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସମିତି ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବୌଦ୍ଧ ଜିଲାର ଆଇନଜୀବୀ ବିଶେଶ୍ୱର ପୃଷ୍ଟି, ଯୁଗଳ କିଶୋର ସାମଲ, ସୋନପୁର ଜିଲ୍ଲା ପ୍ରତିନିଧି ଆଇନଜୀବୀ ଶ୍ୟାମାଓଁ ପ୍ରସାଦ ମିଶ୍ର, ଯୁବନେତା ବଳଦେବ ବେଦବାକ୍‌, ତରଭା ପ୍ରତିନିଧି ରାଜେନ୍ଦ୍ର ବିଜୟ ସାହୁ, ସମିତିର ବଲାଙ୍ଗିର ଜିଲ୍ଲା ସଂଯୋଜକ ଆଡଭୋକେଟ ଭବାନୀ ଶଙ୍କର ଶତପଥି ମଂଚାସୀନ ଥିଲେ । ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ହେଲେ ତୃଣମୂଳ ସ୍ତରରେ ଦୁର୍ବାର ଆନ୍ଦୋଳନ ଜରୁରୀ ବୋଲି ଆଲୋଚନା କରାଯାଇ ଏନେଇ ସାମୁହିକ ପ୍ରସ୍ତାବ ଗୃହୀତ ହୋଇଥିଲା । ପ୍ରଥମେ ସମିତି ସଂଯୋଜକ ଶ୍ରୀ ଶତପଥି ପ୍ରତିବାଦ ସମାବେଶର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ଆନ୍ଦୋଳନ ହିଁ ପ୍ରକଳ୍ପ ଶେଷର ଏକମାତ୍ର ବାଟ ବୋଲି କହିଥିଲେ । ପ୍ରକଳ୍ପ ଢ଼େର ବିଳମ୍ବ ହୋଇସାରିଥିବାରୁୁ ଏବେ ଧାର୍ଯ୍ୟ ଅବଧିରେ ପ୍ରକଳ୍ପ କାର୍ଯ୍ୟ ସରୁନଥିବାରୁ ସଭାରେ ଉଦ୍‌ବେଗ ପ୍ରକାଶ କରାଯାଇ ଏହି ରେଳ ପ୍ରକଳ୍ପର ପରିସମାପ୍ତି କେବେ ହେବ ବୋଲି ପ୍ରଶ୍ନ କରାଯାଇଥିଲା । ସଭାରେ ଆଗାମୀ ଅକ୍ଟୋବର ୧୪ ତାରିଖ ଦିନ ବଲାଙ୍ଗିର, ସୋନପୁର ଏବଂ ବୌଦ୍ଧ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସମିତି ପକ୍ଷରୁ ପ୍ରତିବାଦ ସଭା ଓ ଧାରଣା ଦିଆଯିବ ବୋଲି ନିଷ୍ପତି ହୋଇଥିଲା । ରାଜ୍ୟ ସରକାରଙ୍କ ପ୍ରତିନିଧି ଏବଂ ସଂଘର୍ଷ ସମିତି ପ୍ରତିନିଧିଙ୍କ ଉପସ୍ଥିତିରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ରେଳ ପ୍ରକଳ୍ପର ସମୀକ୍ଷା ବୈଠକ ତୁରନ୍ତ କରିବାକୁ ଦାବୀ କରାଯାଇଥିଲା । ବଲାଙ୍ଗିର, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲାର ସମସ୍ତ ମନ୍ତ୍ରୀ ଏବଂ ବିଧାୟକଙ୍କୁ ସମିତି ପକ୍ଷରୁ ସାକ୍ଷାତ କରାଯାଇ ପ୍ରକଳ୍ପର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିବାକୁ ନିଷ୍ପତି ହୋଇଥିଲା । ପୂର୍ବତଟ ରେଳପଥର ଜେନେରାଲ ମେନେଜରଙ୍କୁ ସଂଘର୍ଷ ସମିତି ପକ୍ଷରୁ ସାକ୍ଷାତ କରାଯାଇ ପ୍ରକଳ୍ପ ବିଳମ୍ବ ହେବାର କାରଣ ଏବଂ ନିରାକରଣ ତଥା ବଜେଟ ଅନୁଦାନର ଖର୍ଚ୍ଚ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବାକୁ ନିଷ୍ପତି ହୋଇଥିଲା । ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ମନ୍ତ୍ରୀ, ରାଜସ୍ୱ ବିଭାଗ ମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ଭେଟିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଆଲୋଚନା କରିବାକୁ ନିଷ୍ପତି ହୋଇଥିଲା । ଏହି ସଭାରେ ବୌଦ୍ଧ ଜିଲ୍ଲାର ସୂର୍ଯ୍ୟନାରାୟଣ ମହାପାତ୍ର, ପ୍ରଦୋଶ କୁମାର ମିଶ୍ର, ସୋନପୁର ଜିଲ୍ଲାର ଶ୍ରଦ୍ଧାଞ୍ଜଳି ମିଶ୍ର, ଧରଣୀ ମିଶ୍ର, ପ୍ରିୟବ୍ରତ ସାହୁ, ଜଗନ୍ନାଥ ତ୍ରିପାଠୀ, ଅଶୋକ ଜେନା, ତରଭାର ହରିବନ୍ଧୁ ପାଣିଗ୍ରାହୀ, ଦେବେନ୍ଦ୍ର ବିଜୟ ସାହୁ, ବଲାଙ୍ଗିରର ରଞ୍ଜିତା ପାଣିଗ୍ରାହୀ, ସମାଜସେବୀ ବିକ୍ରମାନନ୍ଦ ବହିଦାର, ନାଗରିକ କମିଟି ସଭାପତି ଇଂ ବେଲାର ସିଂ ଭୋଇ, ଜିଲ୍ଲା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ ରେଳପ୍ରକଳ୍ପ ଆନ୍ଦୋଳନ ଉପରେ ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇଥିଲେ । ସଭାକୁ ବୀରେନ୍ଦ୍ର କୁମାର ଝାଙ୍କର ସଂଯୋଜନା କରିଥିଲେ ଓ ମୁନା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ସଭାରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଡଭୋକେଟ ରତନ ମହାରଣା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପୂର୍ବତନ ସୈନିକ ସଂଘ ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ, ବିନୋଦ କାଲସାଏ, ରିଲୁ ରଥ, ଅନୁରାଗୀ ନାହାକ, ରବି ଖମାରୀ, ବୁଲୁ ଦାନୀ, ସାନନ୍ଦ ମିଶ୍ର, ଚିତ୍ତରଞ୍ଜନ ମିଶ୍ର, ଅକ୍ଷୟ କୁମାର ବାଗ, ମାଙ୍ଗେଲାଲ ଅଗ୍ରୱାଲ, ଜୟନାରାୟଣ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × one =