ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗାଁ ସାଥୀ ସଂଘର ସଭାପତି ପବିତ୍ର ପ୍ରଧାନଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତର ଗାଁ ସାଥୀ ଏକଜୁଟ ହୋଇ ବିଡିଓଙ୍କୁ ଭେଟିବା ସହ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଗାଁ ସାଥୀମାନେ କହିବା ଅନୁସାରେ ୨୦୦୮ ମସିହାରୁ ସରକାରଙ୍କ ମନରେଗା ଯୋଜନାରେ କାମ କରି ଆସୁଛନ୍ତି । ଏହି ଯୋଜନାରେ ବିଭିନ୍ନ ସମସ୍ୟା ରହିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ତରଫରୁ କୌଣସି ସମସ୍ୟାର ସମାଧାନ କରାଯାଉନଥିବା ନେଇ ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ମନରେଗା ଯୋଜନାରେ ଠିକାଦାର ପ୍ରଥା ବଂଦ କରାଯାଉ, ଏନ୍ଏମ୍ଏମ୍ଏସ୍ ରେଜିଷ୍ଟେସନ ଦିଆଯାଉ, ୧୪ ବର୍ଷରୁ କାର୍ଯ୍ୟ କରିଆସୁଥିବା ଗାଁ ସାଥୀଙ୍କୁ ବାହାର କରିବା ବନ୍ଦ, ପିଆର ବିଭାଗର ଚିଠି ଅନୁସାରେ ଗାଁ ସାଥୀଙ୍କୁ ମାସକୁ ୧୦ଦିନ ଓ ବର୍ଷକୁ ୧୦୦ଦିନ କାମ ସହ ପାଉଣା ଓ ଅନ୍ୟ ବିଭାଗ ମାନଙ୍କ ଗାଁ ସାଥୀ ସଂଘକୁ ସାମିଲ କରିବା ଏବଂ ମେଟେରିଆଲସ୍ ପାଉଣା ପ୍ରତି ମାସରେ ପ୍ରଦାନ କରିବା ବ୍ୟବସ୍ଥାକୁ ସଂଘ ଦାବୀ କରିଛି । ସଂଘର କାର୍ଯ୍ୟକାରିଣୀ ସଦସ୍ୟ ମହାଦେବ ହରିଜନ, ହିମାଂଶୁ ଗହିର, ଗୌତମ ତାଣ୍ଡି, ତୁଳେଶ୍ୱରୀ ବଗତ୍ତି, ସୁଶିଳା ହରିଜନ ପ୍ରମୁଖ ଉପସ୍ଥିତ ଥିଲେ ।
Prev Post