lika

ବିଭିନ୍ନ ଦାବୀ ନେଇ ଫାର୍ମାସିଷ୍ଟଙ୍କ ଆନ୍ଦୋଳନ ନବମ ଦିନରେ ପହଞ୍ଚିଲା

gbag

ଖଡିଆଳ, (ନିରାକାର ମେହେର) : ବିଭିନ୍ନ ଦାବୀକୁ ନେଇ ଓଡିଶା ଫାର୍ମାସିଷ୍ଟ ସେବା ସଂଘ ଗତ ୧ ତାରିଖ ଦିନଠାରୁ କଳା ବେଚ ପିନ୍ଧି ଆନ୍ଦୋଳନ କରୁଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ଖଡ଼ିଆଳ ଅଞ୍ଚଳର ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ ମାନେ । ସେମାନଙ୍କ ଅଭିଯୋଗ ହେଲା ଅନେକ ସ୍ଥାନରେ କର୍ମଚାରୀ ଅଭାବରୁ ଜଣେ ମାତ୍ର ଫାର୍ମାସିଷ୍ଟ କାମ କରୁଛନ୍ତି । ଯାହାଫଳରେ ସେମାନେ ଶାରୀରିକ ଓ ମାନସିକ ଭାବରେ ଭାରାକ୍ରାନ୍ତ ହେଉଛନ୍ତି । ତେଣୁ ଅତି ଶୀଘ୍ର ଖାଲି ପଡିଥିବା ପଦବୀ ପୂରଣ, ମୂଳ ଦରମା ବୃଦ୍ଧି କରି ଗ୍ରେଡ ପେ ୨୬ ହଜାରଠାରୁ ୨୮୦୦ କରାଯିବା, ଚାକିରି ନିୟମିତ ହେବାର ଦୁଇ ବର୍ଷ ପରେ ସମସ୍ତଙ୍କୁ ପିବି ଦୁଇ ଜିପି ୪୨୦୦ ଟଙ୍କା ପ୍ରଦାନ, ପଦୋନ୍ନତି ପରେ ସିନିୟର ଫାର୍ମାସିଷ୍ଟମାନଙ୍କୁ ନିଜ ଜିଲ୍ଲାରେ ନିଯୁକ୍ତି, ଫାର୍ମାସିଷ୍ଟ ବଦଳରେ ଫାର୍ମାସିଷ୍ଟ ଅଫିସର କୁହାଯିବା, ଫାର୍ମାସିଷ୍ଟ କ୍ୟାଡ଼ର ରେଜିଲେସନ ୦୧/୦୧/୨୦୧୬ ବଦଳରେ ୨୪/୦୮/୧୩ ଠାରୁ ଲାଗୁ କରିବା ଭଳି ଦାବୀ କରିଛନ୍ତି ।

babaa
Leave A Reply

Your email address will not be published.