ଗୁରୁଦିବସରେ ଗୁରୁଙ୍କୁ ସମ୍ମାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆମର ରାଷ୍ଟ୍ରଗୁରୁ, ମହାନ ଦାର୍ଶନିକ, ରାଷ୍ଟ୍ରଦୂତ, ଉପରାଷ୍ଟ୍ରପତି ତଥା ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଦିବସ ଅର୍ଥାତ ସେପ୍ଟେମ୍ବର ମାସର ପାଞ୍ଚ ତାରିଖ ଗୁରୁ ଦିବସ ରୂପେ ସାରା ଦେଶ ପାଳନ କରୁଛି । ଶିକ୍ଷକ ମାନଙ୍କର ସମ୍ମାନାର୍ଥେ ଏହା ପାଳନ କରାଯାଏ । ଆଜି ଆମର ଏ ଦିନଟି ସମାଜ ଗଠନ ଓ ମଣିଷ ତିଆରି କରିବାରେ ଗୁରୁଙ୍କର ଭୂମିକାକୁ ସ୍ମରଣ କରିବାର ଦିନ । ଏହି ପରିପ୍ରେକ୍ଷୀରେ ଡେଲାଙ୍ଗ ବ୍ଲକର ବିଭିନ୍ନ ସ୍କୁଲ, କଲେଜ, ମନ୍ଦିର ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀ ମାନେ ସୋମବାର ଗୁରୁଦିବସ ଭକ୍ତିପୂର୍ଣ୍ଣ ଭାବେ ପାଳନ କରିଛନ୍ତି ।

Leave A Reply

Your email address will not be published.