ଭାରତୀୟ ରେଳବାଇର ଅଗଷ୍ଟ ୨୦୨୨ରେ ରେକର୍ଡ ମାଲ ପରିବହନ

  • ଅଗଷ୍ଟ ମାସରେ ଏହି କ୍ରମବର୍ଦ୍ଧିଷ୍ଣୁ ମାଲ ବୋଝେଇ ୮.୬୯ ନିୟୁତ ଟନ ହୋଇଥିବାବେଳେ ୨୦୨୧ ଅଗଷ୍ଟ ତୁଳନାରେ ଏହା ଶତକଡା ୭.୮୬ ଅଧିକ
  • ଏଥିସହ କ୍ରମାଗତ ୨୪ ମାସ ଧରି ସର୍ବାଧିକ ମାସିକ ମାଲ ବୋଝେଇ ରେକର୍ଡ

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରେଳବାଇ ଅଗଷ୍ଟ ୨୦୨୨ରେ ୧୧୯.୩୨ ନିୟୁତ ଟନ ମାଲ ବୋଝେଇ କରି ରେକର୍ଡ ସୃଷ୍ଟି କରିଛି । ଏହି କ୍ରମବର୍ଦ୍ଧିଷ୍ଣୁ ମାଲ ବୋଝେଇ ପରିମାଣ ଅଗଷ୍ଟ ମାସରେ ୮.୬୯ ନିୟୁତ ଟନ ଯାହାକି ଗତ ୨୦୨୧ ଅଗଷ୍ଟ ସୁଦ୍ଧା ଶତକଡା ୭.୮୬ ଅଧିକ । ଏଥି ସହିତ ୨୪ ମାସ ମଧ୍ୟରେ କ୍ରମାଗତ ରେକର୍ଡ ମାଲ ବୋଝେଇ ହୋଇଛି ।
ଭାରତୀୟ ରେଳବାଇର ମାଲ ବୋଝେଇ ବୃଦ୍ଧିରେ କୋଇଲା ୯.୨ ନିୟୁତ ଟନ ରହିଥିବା ବେଳେ ତା ପଛକୁ ୦.୭୧ ନିୟୁତ ଟନ ସାର, ୦. ୬୮ ନିୟୁତ ଟନ ବଳକା ସାମଗ୍ରୀ ଓ ୦.୬୨ ଟନ କଣ୍ଟେନର ରହିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଯାନବାହାନ ବୋଝେଇ ମାଲ ପରିବହନ ବ୍ୟବସାୟର ଆଉ ଏକ ସଫଳତା ବୋଲି ଜଣାପଡିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଅଗଷ୍ଟରେ ୨୨୦୬ ରେକ ବୋଝେଇ ହୋଇଥିବା ବେଳେ ଗତ ବର୍ଷର ଏହି ସମୟ ମଧ୍ୟରେ ଏହି ସଂଖ୍ୟା ୧୩୧୪ ଥିଲା । ଏଥିରେ ଶତକଡା ୬୮ ଭାଗ ବୃଦ୍ଧି ପରିଲକ୍ଷିତ ହୋଇଛି ।
ଏହି କ୍ରମବର୍ଦ୍ଧିଷ୍ଣୁ ମାଲ ବୋଝେଇ ଏପ୍ରିଲ ପହିଲା ୨୦୨୨ରୁ ୩୧ ଅଗଷ୍ଟ ୨୦୨୨ ମଧ୍ୟରେ ୬୨୦.୮୭ ନିୟୁତ ଟନ ଥିବାବେଳେ ୨୦୨୧-୨୨ରେ ଏହା ୫୬୨.୭୫ ନିୟୁତ ଟନ ଥିଲା । ଏଥିରେ ୫୮.୧୧ ନିୟୁତ ଟନ ଅର୍ଥାତ ପୂର୍ବ ବର୍ଷ ତୁଳନାରେ ଶତକଡା ୧୦.୩୨ ଭାଗ ବୃଦ୍ଧି ପାଇଛି ।
ମାଲ ଏନଟିକେଏମ (ମୋଟ କିଲୋମିଟର ପିଛା ଟନ) ଅଗଷ୍ଟ ୨୦୨୧ରେ ୬୩ ବିଲିୟନ ଥିବାବେଳେ ଅଗଷ୍ଟ ୨୦୨୨କୁ ୭୩ ବିଲୟନ ବୃଦ୍ଧି ପାଇଛି, ଯାହାର ବୃଦ୍ଧି ଶତକଡା ୧୬ ଭାଗ ଅଧିକ । କ୍ରମବର୍ଦ୍ଧିଷ୍ଣୁ ଏନଟିକେଏମ ପ୍ରଥମ ପାଞ୍ଚ ମାସରେ ଶତକଡା ୧୮.୨୯କୁ ବୃଦ୍ଧି ପାଇଛି ।
ଶକ୍ତି ଓ କୋଇଲା ମନ୍ତ୍ରଣାଳୟ ସହ ସମନ୍ୱୟ ରକ୍ଷା କରି କୋଇଲା ଯୋଗାଣ ପାଇଁ ଭାରତୀୟ ରେଳବାଇର ନିରନ୍ତର ଉଦ୍ୟମ ଅଗଷ୍ଟ ମାସରେ ମାଲ ପରିବହନ ବୃଦ୍ଧିର ପ୍ରମୁଖ ବୈଶିଷ୍ଟ୍ୟ ହୋଇଛି । ଉଭୟ ଘରୋଇ ଓ ରପ୍ତାନୀ ଭିତ୍ତିକ କୋଇଲା ଶକ୍ତି କେନ୍ଦ୍ର ଯୋଗାଣ ପରିମାଣ ୧୦.୪୬ ନିୟୁତ ଟନ ବୃଦ୍ଧି ପାଇଛି । ଗତ ଅଗଷ୍ଟ ସୁଦ୍ଧା ୪୪.୬୪ ନିୟୁତ ଟନ ଶକ୍ତି କେନ୍ଦ୍ର ଗୁଡିକୁ ପଠାଯାଇଥିବା ବେଳେ ଗତ ବର୍ଷ ଏହି ସମୟ ମଧ୍ୟରେ ଏହାର ପରିମାଣ ୩୪.୧୮ ନିୟୁତ ଟନ ଥିଲା ଯାହାକି ଶତକଡା ୩୧ ଭାଗ ଅଧିକ । ବର୍ଷର ପ୍ରଥମ ପାଞ୍ଚ ମାସ ମଧ୍ୟରେ ଭାରତୀୟ ରେଳବାଇ ୫୮.୪୧ ନିୟୁତ ଟନ ଅଧିକ କୋଇଲା ଶକ୍ତି କେନ୍ଦ୍ରକୁ ପଠାଇଥିବାବେଳେ ଗତ ବର୍ଷ ଏହି ସମୟ ମଧ୍ୟରେ ଏଥିରେ ଶତକଡା ୩୨ ଭାଗରୁ ଅଧିକ ଅଭିବୃଦ୍ଧି ଘଟିଛି ।
ଦ୍ରବ୍ୟ ଅନୁଯାୟୀ ବୃଦ୍ଧିକୁ ଦେଖିଲେ ଭାରତୀୟ ରେଳବାଇ ପ୍ରାୟ ପ୍ରତ୍ୟେକ ଦ୍ରବ୍ୟ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।

Leave A Reply

Your email address will not be published.

error: Content is protected !!