ଗଣେଶ ଭସାଣିରେ ଗଣ୍ଡଗୋଳ : ୨ ପକ୍ଷରୁ ମାମଲା

ପାଟଣା : ପାଟଣା ଥାନା ଅନ୍ତର୍ଗତ ଦୁବେଇପେଣ୍ଠ ଗ୍ରାମ ମଝିସାହିବାସୀ ଗତକାଲି ସନ୍ଧ୍ୟାରେ ଗଣେଶ ଭସାଣି କରୁଥିବା ସମୟରେ ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପାଟଣା ଥାନାରେ ଅଭିଯୋଗ ହୋଇଥିବା ବେଳେ, ରାସ୍ତାରେ ବାଇକ ରଖି ଭସାଣରେ ଗଣ୍ଡଗୋଳ କରିବା, ଶୋଭାଯାତ୍ରାକାରୀ ମାନଙ୍କୁ ଭୁଜାଲି ଆଣି ହାଣିବା ଧମକ ଦେଇଥିବା ଅଭିଯୋଗ କରାଯାଇଛି । ଅଭିଯୋଗ ହେବା ପରେ ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଭସାଣି କରୁଥିବା ନାଏକ ସାହିବାସୀ ପାଟଣା ଥାନାକୁ ଆସି ଲିଖିତ ଅଭିଯୋଗ କରିଥିବା ବେଳେ ସେଠୀ ସାହିବାସୀ ଆଗୁଆ ସାହାରପଡ଼ା ଫାଣ୍ଡିରେ ଅଭିଯୋଗ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!