କୋସଲ ରାଜ୍ୟ ଦାବୀ ନେଇ ଦୀର୍ଘ ବର୍ଷ ହେଲା ଆନ୍ଦୋଳନ ତେଜିବାରେ ଲାଗିଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ଜୁଲାଇ ୫ରେ ବିଧାନସଭା ଘେରାଓ ଏବଂ ୬ ଘଣ୍ଟିଆ ରାସ୍ତା ଅବରୋଧ କରାଯାଇଛି ହେଲେ ସରକାର ଏହି ଦାବି କୁ ଗୁରୁତ୍ୱ ଦେଉ ନାହାନ୍ତି ବୋଲି କୋସଲ ରାଜ୍ୟ ପକ୍ଷରୁ କୁହାଯାଇଛି । ଆହୁରି ମଧ୍ୟ କୁହାଯାଇଛି ଯେ, ଆମ ପଶ୍ଚିମ ଓଡ଼ିଶାର ଜନତାଙ୍କୁ ଓଡିଶା ସରକାର ବାରମ୍ବାର ଅବହେଳିତ କରି ଆସୁଛନ୍ତି । ତେଣୁ ଆମ୍ଭେ କୋସଲ ରାଜ୍ୟ ଚାହୁଁ । ଆସନ୍ତା ସେପ୍ଟେମ୍ବର ୭ କୋଶଲ୍ ମହାବନ୍ଦ୍ କୋସଲ ରାଏଜ ମୁକ୍ତି ମୋର୍ଚ୍ଚା ଓ କୋସଲ ସେନାର ଆହ୍ୱାନରେ ସମର୍ଥନ ଜଣାଇ ଗାଇସିଲେଟ ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ କୋସଲ ମହାବନ୍ଦ କରାଯିବ ଏଣୁ ସମସ୍ତ ଅନୁଷ୍ଠାନ, ସମସ୍ତ ସଂଗଠନ ଓ ସାଧାରଣ ଜନତାଙ୍କୁ ଅନୁରୋଧ କରି ଦାବୀପତ୍ର ମାନ ପ୍ରଦାନ କରାଯାିଛି ଓ ସୁରକ୍ଷା ଦେବା ପାଇଁ ଗାଇସିଲେଟ ଥାନା ଅଧିକାରୀଙ୍କୁ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ଗାଇସିଲେଟ ବ୍ଲକ ତରଫରୁ ଅନୁରୋଧ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ କୋସଲ ରାଏଜ ମୁକ୍ତି ମୋର୍ଚ୍ଚା ଗାଇସିଲେଟର ଉପଦେଷ୍ଟା ଆଦିତ୍ୟ କୁମାର ପଣ୍ଡା, ମନୋଜ ଦାଶ୍, ସଭାପତି ଗଜପତି ସାହୁ, ସହସମ୍ପାଦକ ରତିକାନ୍ତ ପଧାନ, ମନରଞ୍ଜନ ସାହୁ, ବିରେନ୍ଦ୍ର ସାହୁ, କୈଳାଶ ବେହେରା, ରାଧେଶ୍ୟାମ ସାହୁ ଓ ଅନେକ ସଭ୍ୟ ଓ କୋସଲ ପ୍ରେମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.