ଆତଙ୍କବାଦୀଙ୍କ ଗୁଳିମାଡରେ ଶ୍ରମିକ ଗୁରୁତର ଆହତ

ଶ୍ରୀନଗର : ଜମ୍ମୁ କଶ୍ମୀରର ପୁଲୱାମାରେ ଜଣେ ଶ୍ରମିକଙ୍କ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଏଥିରେ ଶ୍ରମିକ ଜଣଙ୍କ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଆହତ ଶ୍ରମିକ ମୁନିରୁଲ ଇସଲାମ ବୋଲି ଜଣାପଡିଛି । ମୁନିରୁଲ ମୂଳତଃ ପଶ୍ଚିମବଙ୍ଗର ବୋଲି ଜଣାପଡିଛି ।

Leave A Reply

Your email address will not be published.